-
କହିଲେ ସବୁ ଭାରତୀୟ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା
ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଭାଷା ଉତ୍ସବ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଭାରତର ସବୁ ଭାଷା ହେଉଛି ରାଷ୍ଟ୍ରୀୟ ଭାଷା । ଆସନ୍ତୁ, ଆଜି ଭାରତୀୟ ଭାଷା ଉତ୍ସବ ଅବସରରେ ନିଜର ମାତୃଭାଷା ଏବଂ ସମସ୍ତ ଭାରତୀୟ ଭାଷା ଗୁଡ଼ିକ ପାଇଁ ଗର୍ବ କରିବା ଏବଂ ଏହି ଭାଷା ଗୁଡ଼ିକର ଅଧିକ ବ୍ୟବହାର, ସଂରକ୍ଷଣ ଏବଂ ପ୍ରଚାରପ୍ରସାର ପାଇଁ ସଂକଳ୍ପ ନେବା । ଭାରତୀୟ ଭାଷା ଉତ୍ସବ ଅବସରରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା ।
ଆମ ଭାଷାର ବିବିଧତା ଆମର ଶକ୍ତି, ସାଂସ୍କୃତିକ ଏକତାର ଅଭିବ୍ୟକ୍ତି । ଏନଇପି 2020 ପରିକଳ୍ପନାରେ ଭାରାତୀୟ ଭାଷା ମାଧ୍ୟମରେ ରାଷ୍ଟ୍ରୀୟ ଏକତାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକବି ଭାରତୀଙ୍କ ଜୟନ୍ତୀକୁ ଭାରତୀୟ ଭାଷା ଉତ୍ସବ ଭାବରେ ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ମହାକବି ସୁବ୍ରମଣ୍ୟମ ଭାରତୀ ରାଷ୍ଟ୍ରବାଦ ଏବଂ ଭାରତୀୟତାର ବାଗ୍ମୀ ପ୍ରତୀକ ଥିଲେ । ତାଙ୍କର କାଳଜୟୀ ତାମିଲ ରଚନା ଗୁଡ଼ିକ ଜନସାଧାରଣଙ୍କୁ ଭାରତ ମୁକ୍ତି ସଂଗ୍ରାମରେ ସାମିଲ ହେବା ପାଇଁ ପ୍ରେରିତ କରିଥିଲା ତଥା ଭାରତର ଅଖଣ୍ଡତାକୁ ବଜାୟ ରଖିବାରେ ସହାୟକ ହୋଇଥିଲା । ଏହି ମହାନାୟକଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି ।