ବଲାଙ୍ଗିର, ଷାଠିଏ ଘର ଡୁମାଲ ସମାଜ ବଲାଙ୍ଗିର ପକ୍ଷରୁ ଦେଓଗାଁ ବ୍ଲକ ପ୍ରତାପପୁର ଠାରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ମାନବାଧିକାର ସମ୍ପର୍କରେ ବକ୍ତବ୍ୟ ରଖି ଦିନବନ୍ଧୁ ମେଷଵା, ଗୁପ୍ତେ ପାତ୍ର, ବରୁଣ ବଘାର, ଇଶ୍ଵର କାରଣ, ରାଧେ ପଧାନ ଓ ଜଗତରାମ ମହାକୁଡ ପ୍ରମୁଖ ମାନବ ଅଧିକାର ସମ୍ପର୍କରେ ଗତକାଲି ଅନୁଷ୍ଠିତ କାର୍ଯ୍ଯକ୍ରମରେ ନିଜ ନିଜ ବକ୍ତବ୍ୟରେ ମାନବିକ ଅଧିକାର ଏକ ସରଳ, ଶକ୍ତିଶାଳୀ ଧାରଣା ଘୋଷଣା କରେ: ସମସ୍ତ ମଣିଷ ମୁକ୍ତ ଏବଂ ସମ୍ମାନ ଏବଂ ଅଧିକାରରେ ସମାନ ଭାବରେ ଜନ୍ମଗ୍ରହଣ କରନ୍ତି ଏବଂ ଘୋଷଣା ସହିତ ଏହା ସ୍ପଷ୍ଟ ହୋଇଛି ଯେ, ଅଧିକାର ସରକାର ପ୍ରଦାନ କରନ୍ତି ନାହିଁ; ତାହା ସମସ୍ତଙ୍କର ଜନ୍ମ ସିଦ୍ଧ ଅଧିକାର। ଆମେ କେଉଁ ଦେଶରେ ବାସ କରୁ, କେଉଁ ରଜ୍ୟରେ ବାସ କରୁ, ଆମେ କେଉଁ ଦଳର, କେଉଁ ଗୋଷ୍ଠିର, ଆମର ନେତା କିଏ କିମ୍ବା ଆମେ କିଏ ତାହା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ନୁହେଁ। କାରଣ ଆମେ ମଣିଷ, ତେଣୁ ଆମର ଅଧିକାର ଅଛି। ଏବଂ ଆମର ଅଧିକାର ଥିବାରୁ ସରକାର ଆମକୁ ସୁରକ୍ଷା ଦେବାକୁ ବାଧ୍ୟ ବୋଲି ମତ ରଖିଥିଲେ।
Related Stories
November 22, 2024