ବାରିପଦା, ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ୍ ରେ ଦନ୍ତାହାତୀ ଶିକାର ପରେ ହାତୀର ଦାନ୍ତ ଚୋରି ଘଟଣାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଫରେଷ୍ଟରଙ୍କ ସମେତ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛି ବନ ବିଭାଗ ।
୧୫ ଦିନ ତଳେ ହାତୀ ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ଘଟଣାକୁ ଲୁଚାଇବା ପାଇଁ ବନ କର୍ମଚାରୀ ହାତୀକୁ ପୋଡ଼ି ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଥିଲା । ବନ ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।