
ପୁରୀ ,ସଖୀ, ୱାନ୍ ଷ୍ଟପ ସେଣ୍ଟର, ପୁରୀ ଦ୍ବାରା ମଦର ପବ୍ଲିକ ସ୍କୁଲ, ଗୋରୁଆଳ, ପୁରୀ ଠାରେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସ୍କୁଲର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦେବାଶିଷ ଦାଶ
ସଂପାଦକ, ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣ, ପୁରୀ ଯୋଗଦାନ କରି ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ଶିଶୁ ଏବଂ ମହିଳା ମାନଙ୍କ ନିମିତ୍ତ ଉଦ୍ଧିଷ୍ଟ ଆଇନସେବା ପ୍ରାଧ୍ଵକରଣ ସେବାର ସୁବିଧା ସୁଯୋଗ ବିଷୟରେ ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡି.ଏସ୍.ପି ଶ୍ରୀମତୀ ଅସ୍ମିତା ପରମିତା, ଜିଲ୍ଲା ଶିଶୁ ମଙ୍ଗଳ କମିଟି,ପୁରୀର ସଦସ୍ୟ ଶ୍ରୀଯୁକ୍ତ ରମା ଶଙ୍କର ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଲିଗାଲ ପ୍ରୋବେସନ୍ ଅଫିସର୍ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ବାଲ୍ୟ ବିବାହ ନିରୋଧର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୁମିତା ଘୋଷ ଓ ମଦର ପବ୍ଲିକ ସ୍କୁଲ୍ ର ଅଧକ୍ଷା ଶ୍ରୀମତୀ ସିନ୍ଧୁମୋଲ୍ ଅରୁଣ କୁମାର ପ୍ରମୁଖ ଉପସ୍ଥିତ ରହି ହିଂସାମୁକ୍ତ ମହିଳା ସମାଜ ଗଠନ, ଶିଶୁ ମାନଙ୍କର ଅଧିକାର, ସମାନତାର ଅଧିକାର, ଅଂଶଗ୍ରହଣର ଅଧିକାର, ଲିଙ୍ଗ ଭିଭିକ ତାରତମ୍ୟ ବିରୋଧ, ଜୀବନ କୌଶଳ ସମ୍ବନ୍ଧରେ ବିଷଦ ଭାବରେ ଆଲୋଚନା କରାଇଥିଲେ । ସଖୀ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ବିଜୟଲକ୍ଷ୍ମୀ ବଡ଼ଜେନା ୱାନ୍ ଷ୍ଟପ ସେଣ୍ଟରର କାର୍ଯ୍ୟକାରୀତା ଓ ସହାୟତା ସମନ୍ଧରେ ଛାତ୍ର ଛାତ୍ରୀ ଗଣଙ୍କୁ ବିଷଦ ଭାବରେ ସଚେତନ କରାଇ ଏହା ଏକ ୨୪ ଘଣ୍ଟିଆ ଜରୁରୀକାଳିନ ସେବା ବୋଲି ଜଣାଇଥିଲେ ।ପରିଶେଷରେ ମଦର ପବ୍ଲିକ ସ୍କୁଲ୍ ର ଅଧକ୍ଷା ସିନ୍ଧୁମୋଲ୍ ଅରୁଣ କୁମାର ହିଂସାମୁକ୍ତ ସମାଜ ଗଠନ ନିମନ୍ତେ ଶପଥ ପାଠ କରାଇଥିଲେ ।