କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ବିଦ୍ୟାଳୟ ର କୋମଳମତି ଛାତ୍ରଛାତ୍ରୀ ନିଜ ପରିବାରକୁ ନିଶାମୁକ୍ତ କରିବାର ସଂକଳ୍ପ ନେବା , ଆଜି ସମାଜ ପାଇଁ ଶ୍ରେଷ୍ଠ ଆବଶ୍ୟକତା ବୋଲି ଆହ୍ବାନ ଦେଇଛନ୍ତି ଆନନ୍ଦ ଆଶ୍ରମ ର ଗୁରୁ ଶୁଭାନନ୍ଦ ମହାରାଜ। ଶିକ୍ଷାବିତ୍ ରମେଶ କୁମାର ପଣ୍ଡାଙ୍କ ସଭାପତିତ୍ବରେ ରେବଣା ନୁଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ “ନିଶାମୁକ୍ତ ବିଦ୍ୟାର୍ଥୀ: ନିଶାମୁକ୍ତ ଓଡ଼ିଶା”କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୁରୁ ଶୁଭାନନ୍ଦ, ଆନ୍ଦୋଳନ ବା ପ୍ରତିବାଦ ନୁହେଁ, ନିବେଦନ ମାଧ୍ୟମରେ ପ୍ରଥମେ ନିଜକୁ ଓ ବିଦ୍ୟାଳୟକୁ ନିଶାମୁକ୍ତ ରଖିବାକୁ ପିଲାମାନଙ୍କୁ ଶପଥ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ବଦ୍ରି ମିଶ୍ର ମୁଖ୍ୟବକ୍ତା, ଶିକ୍ଷାବିତ୍ ଅଭିମନ୍ୟୁ ପରିଡା, ଅଧିବକ୍ତା ପୂର୍ଣ୍ଣିଚନ୍ଦ୍ର ସାହୁ, ଭାସ୍କର ସାମନ୍ତରାୟ,କୁନା ପ୍ରଧାନ, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ମିଶ୍ର, କଂଗ୍ରେସ ଜେନା, ଶୁଭଶ୍ରୀ ତ୍ରିପାଠୀ, ରୋଜାଲିନ ପ୍ରଧାନ,ଲିଜା ଦାସ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ରେ ଗୁଟଖା, ସିଗାରେଟ,ମଦ ଭଳି ନିଶା ସେବନ ରେ କିପରି ପରିବାର ଉଜୁଡି ଯାଉଛି ଓ ଅନେକ କ୍ୟାନସର , କିଡନୀ ରୋଗ ଓ ହୃଦୟରୋଗ ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି,ସେ ସଂପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇଥିଲେ।ଏହି ଅବସରରେ ଛାତ୍ର ମୃତ୍ୟୁଞ୍ଜୟ ବାରିକ୍ ଓ ଛାତ୍ରୀ ଦେବସ୍ମିତା ମିଶ୍ର ନିଶାମୁକ୍ତ ବିଦ୍ୟାର୍ଥୀ ଭାବେ ସଂକଳ୍ପ କରାଇଥିଲେ। ପବିତ୍ର ଗାନ୍ଧୀ ଜୟନ୍ତୀରେ ତପୋବନ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା ନିଶାମୁକ୍ତ ବିଦ୍ୟାର୍ଥୀ ସଂକଳ୍ପ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କରାଯିବ ବୋଲି ସଂପାଦକ- ଚିତ୍ରରୂପା ଷଡ଼ଙ୍ଗୀ ଜଣାଇଛନ୍ତି।
Related Stories
November 25, 2024