-
ପୁରୀ ସମୁଦ୍ରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ କାଏକିଂ ରାଲି |
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ମହୋଦଧିର ସୁରକ୍ଷା ଓ ଜନସଚେତନତା ସୃଷ୍ଟି ପାଇଁ ବିଗତ ଦୁଇ ବର୍ଷ ହେବ ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ତରଫରୁ ମହୋଦଧି ଦିବସ ପାଳନ କରାଯାଇ ଆସୁଛି।ଏ ସଂକ୍ରାନ୍ତ ରେ ଏକ ପ୍ରସ୍ତୁତି ବୈଠକ ନୀଳାଦ୍ରି ବିଚ୍ ଠାରେ ବେଲ୍ ର ଆବାହକ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ନିଷ୍ପତ୍ତି ମୁତାବକ ଏଥର ପୁରୀ ଓ କୋଣାର୍କ ଦୁଇଟି ସ୍ଥାନରେ ଏକାଠି ମୋହଦଧି ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି।ଏଥି ସହିତ ଏଥର ପ୍ରଥମ ଥର ପାଇଁ ପୁରୀ ସମୁଦ୍ର ରେ କାଏକିଂ ରାଲି ଅନୁଷ୍ଠିତ ହେବ।କଟକ ର “Odisha Maritime Kalinga Surf Life Saving Society” ଓ ପୁରୀ ର Kalinga surfing life saving society” ଅନୁଷ୍ଠାନ ତରଫରୁ ଅଲିଭ ରିଡଲେ କୁ ସୁରକ୍ଷିତ ରଖନ୍ତୁ, ସମୁଦ୍ର ବଞ୍ଚାନ୍ତୁ ବାର୍ତ୍ତା ନେଇ ଏହି ରାଲି କରାଯିବ।ଏହା ବଳିଆପଣ୍ଡା ଲାଇଟ୍ ହାଉସ ଠାରୁ ସୋମବାର ସକାଳ ୭ ଟାରେ ଆରମ୍ଭ ହେବ।ସେହିପରି ଏହି ବର୍ଷ Youth Climate Leader ଏବଂ Limca book of Record ରେ ପରିବେଶ ସୁରକ୍ଷା ନେଇ ନିଜର ନା ଅନ୍ତର୍ଭୁକ୍ତ କରିଥିବା ସୌମ୍ୟରଞ୍ଜନ ବିଶ୍ବାଳଙ୍କୁ ମହୋଦଧି ସମ୍ମାନ ରେ ସମ୍ମାନିତ କରାଯିବ ।ଏହା ସହିତ ୫ମ ରୁ ୭ମ ଏବଂ ୮ମ ରୁ ୯ମ ଶ୍ରେଣୀ ପିଲାଙ୍କ ପାଇଁ ଚିତ୍ରାଙ୍କନ୍ ପ୍ରତିଯୋଗିତା ଓ ମା ମାନଙ୍କ ପାଇଁ music chair ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମ ସବୁ ପୁରୀ ନୀଳାଦ୍ରି ବିଚ୍ ମୁକ୍ତାକାଶ ରଙ୍ଗ ମଞ୍ଚ ରେ ଅନୁଷ୍ଠିତ ହେବ ବୋଲି ଦି ବେଲ୍ ର ସଂଗଠନ ସମ୍ପାଦକ ରାଜ କିଶୋର ପାତ୍ର ଜଣାଇଛନ୍ତି ।ସୂଚନା ଯୋଗ୍ୟ ଯେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ର ଛାତ୍ରୀ ୯୮୬୧୯୩୪୦୪୨ ଏବଂ ୯୯୩୮୪୯୭୩୦୪ ନଂ ରେ ଯୋଗାଯୋଗ କରିପାରିବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି।