
-
ପ୍ରତ୍ୟେକ ଦାୟିତ୍ୱବାନ ଗଣମାଧ୍ୟମକୁ ଲୋକଙ୍କ ପ୍ରକୃତ ସମସ୍ୟା ଉପରେ ଧ୍ୟାନ ଦେବା ଆବଶ୍ୟକ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ପ୍ରତ୍ୟେକ ଦାୟିତ୍ୱବାନ ଗଣମାଧ୍ୟମକୁ ଲୋକଙ୍କ ପ୍ରକୃତ ସମସ୍ୟା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରମେୟ – ନ୍ୟୁଜ ସେଭେନର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।
ସେ କହିଛନ୍ତି ଯେ ବର୍ତମାନ ସମୟରେ ଗଣମାଧ୍ୟମ ସବୁଆଡେ ଉପସ୍ଥିତ । ଏହାର ଉପସ୍ଥିତି ବହୁଳ ଭାବରେ ରହୁଛି ଓ ଲୋକ ମାନଙ୍କୁ ଯେଉଁ ସୂଚନା ମିଡିଆ ପ୍ରଦାନ କରୁଛି ତାହା ମଧ୍ୟ ବିଲକ୍ଷଣ । ଏଭଳି ପରିସ୍ଥିତିରେ ଗଣମାଧ୍ୟମକୁ ମିଡିଆ ଏଥିକ୍ସ, ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରୋତ୍ସାହନ ତଥା ସତ୍ୟର ଅନୁସନ୍ଧାନ କରିବା ଆବଶ୍ୟକ । ପ୍ରତ୍ୟେକ ଦାୟିତ୍ୱବାନ ଗଣମାଧ୍ୟମକୁ ଲୋକଙ୍କ ପ୍ରକୃତ ସମସ୍ୟା ଉପରେ ଧ୍ୟାନ ଦେବା ଆବଶ୍ୟକ ।