ମାଲକାନଗିରି- ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ ଅନ୍ତର୍ଗତ ବାପ଼ନପଲ୍ଲୀ, ମାଟେରୁ ଓ ନିଲିଗୁଡା ପଞ୍ଚାୟତ ଏକଦା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା। ବର୍ଷ ବର୍ଷ ଧରି ଧରି ନକ୍ସଲ ମାନେ ଏହି ଆଞ୍ଚଲ କୁ କବଜା କରି ନିଜ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହେଉଥିଲ। ଏହି ସମୟରେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ମଧ୍ୟ ଦେଇ ଅନେକ ପାଦ ଚଲା ରାସ୍ତା ସ୍ରୁଷ୍ଟି କରି ଅଳ୍ପ ସମୟ ବ୍ୟବଧାନରେ ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ସ୍ଥାନାନ୍ତରିତ ହୋଇ ଯବାନଙ୍କ କବଳରୁ ବର୍ତ୍ତିବା ସହ ଗତିବିଧିକୁ ଲକ୍ଷ୍ୟ କରିବା ରେ ସହାୟକ ହେଉଥିଲା। ବର୍ତମାନ ଏହି ରାସ୍ତା ଗୁଡିକୁ ପ୍ରଶାସନ ଚିହ୍ନଟ କରି ଏହାର ପୁନରୁଦ୍ଧାର କରିବା ସହ ଲୋକଙ୍କ ଯାତାୟତ ଯୁକ୍ତ କରିବା ପୂର୍ବରୁ ଧୀରେ ଧୀରେ ଏହି ପାଦ ଚଲା ରାସ୍ତା ଗୁଡ଼ିକ ଘଞ୍ଚ ଜଙ୍ଗଲ ଭିତରେ ବିଲୀନ ହେବାରେ ଲାଗିଥିଲା । ପଡିଆ ବ୍ଲକ ବାପ଼ନପଲ୍ଲୀ ପଞ୍ଚାୟତ ର ସିଲାକୋଟା ଓ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା କୁ ସଂଯୋଗ କରୁଥିବା ଏଭଳି ଏକ ରାସ୍ତା ସମ୍ପର୍କରେ ଗତ ଦିନରେ ଗଣମାଧ୍ୟମରେ ଖବର ପ୍ରସାରଣ କରାଯଇଥିଲା, ଯାହା ୩୦ କି ମି ର ରାସ୍ତା ବଦଳରେ ୩ କିମି କୁ ପରିବର୍ତିତ ହୋଇପାରିବ ବୋଲି ଜଣାପଡ଼ିଥିଲା। ପଡିଆ ବିଡିଓ ଉମାଶଙ୍କର ଦଲେଇ ଏ ସମ୍ପର୍କରେ ସୂଚନା ପାଇ ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଉଭୟ ଗ୍ରାମରେ ଗ୍ରାମ ସଭା କରାଇ ମନରେଗା ଯୋଜନା ରେ ମାଟି ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଗତ ଗୁରୁବାର ଠାରୁ ପଡିଆ ଏପିଓ ସୁଶୀଲ କୁମାର ନାଥ, କନିଷ୍ଠ ଯନ୍ତ୍ରୀ କୃତିବାସ ନାୟକ, ବାପ଼ନପଲ୍ଲୀ ରୋଜଗାର ସେବକ ଏଲ୍ ତ୍ରିନାଥ ଙ୍କ ଙ୍କ ଉପସ୍ଥିତି ରେ ମାଙ୍ଗୁଡୁ ୱାନଜାମି, ଗାଁ ସାଥୀ ରମେଶ କୁଞ୍ଜାମି , ଗଙ୍ଗା କୁଞ୍ଜାମି , ଦେବେନ୍ଦ୍ର ପାଦାମ, ଉଦ୍ଧବ ୱାନଜାମି ସମେତ ସିଲାକୋଟା ଗାଁ ର ପ୍ରାୟ ୪୦ ରୁ ଲୋକ ଏହି ରାସ୍ତା ନିର୍ମାଣ ରେ ମନରେଗା ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ଶ୍ରମଦାନ କରିଥିବା ଦେଖିବାକୁ ମିଳିଛି। ଦୁର୍ଗମ ଅଞ୍ଚଳରେ ବିକାଶ ଅପହଞ୍ଚ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରାଶାସନ ପକ୍ଷରୁ ଏଭଳି ରାସ୍ତା ନିର୍ମାଣ କରାଯାଉଥିବା ଯୋଗୁଁ ବିଭିନ୍ନ୍ ମହଲରେ ବିଡିଓ ଶ୍ରୀ ଦଲେଇ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ପ୍ରଶଂସା କରାଯାଉଥିବା ଜଣାପଡ଼ିଛି।
Related Stories
January 8, 2025