ଭବାନୀପାଟଣା, ଆଜି କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ଆଦିବାସୀ ସଂଘ ତରଫରୁ ବୀର ସ୍ଵାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ ତମ ସହିଦ ଦିବସ ଅବସରରେ ସମସ୍ତ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଗୁରୁଜନ ଭାଇ ଭଉଣୀଙ୍କୁ ନେଇ ଏହାକୁ ଏକ ମହାନ ଦିବସ ରୂପେ ପାଳନ ହୋଇଛି। ରେଣ୍ଡୋ ମାଝୀ ହେଉଛନ୍ତି ଆଦିବାସୀ କୁଇ ସମ୍ପ୍ରଦାୟର ବ୍ୟକ୍ତି ଯିଏକି ଇଂରେଜ ମାନଙ୍କ ସହିତ ଯୁଦ୍ଧ କରି ନିଜ ଜୀବନକୁ ବାଜି ଲଗେଇ ସହିଦ ହୋଇଥିଲେ। ହେଲେ ଆମ ରାଜ୍ୟରେ ସରକାର କାହିଁକି ଆଜି ପର୍ଯ୍ୟନ୍ତ ରେଣ୍ଡୋ ମାଝୀଙ୍କୁ ସ୍ଵାଧୀନତା ସଂଗ୍ରାମୀର ପରିଚୟ ଦେଇନାହିଁ ବୋଲି ଜିଲ୍ଲା ଆଦିବାସୀ ସଂଘ କହିଥିଲେ। ଏଇଟା ବଡ଼ ଦୁଃଖର ବିଷୟ ସମଗ୍ର ଜିଲ୍ଲାବାସି ଏକଜୁଟ ହୁଅନ୍ତୁ ଏବଂ ସରକାରଙ୍କ କର୍ଣ୍ଣ ଗୋଚର ପାଇଁ ଅଣ୍ଟା ଭିଡନ୍ତୁ ବୋଲି କହିଥଲେ।
ଉକ୍ତ ଦିବସରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ସଭାପତି ପର୍ମାନନ୍ଦ ମାଝୀଙ୍କ ସହ ଅଧ୍ୟକ୍ଷ ଫକିର ମୋହନ ମାଝୀଙ୍କ ସହ ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲ, ରମେଶ ମାଝୀଙ୍କ ସହ ବହୁ ଆଦିବାସୀ ମାନେ ଉପସ୍ଥିତ ରହି ଦିବସ ପାଳନ କରିଥିଲେ।