ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଶ୍ରୀରାମନଗର ସାହି ସ୍ଥିତ ପାଣିଗ୍ରାହୀ ଆସୋସିଏଟସ୍ ବ୍ୟବସାୟ ପ୍ରତିଷ୍ଠାନରୁ ଗତ ମାସ ୫ ତାରିଖରେ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଦାମିକା ମୋବାଇଲ ଚୋରି ହୋଇଥିଲା । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ପି. ଜଗନ୍ନାଥପୁର ଗ୍ରାମର ଦିଲ୍ଲୀପ ବିଶୋଇ ଓ ବିଭୂ ସେଠୀ ପୂର୍ବରୁ ଗିରଫ ହୋଇଥିଲେ । ଅନ୍ୟ ଦୁଇ ଫେରାର୍ ଅଭିଯୁକ୍ତ ପି. ଜଗନ୍ନାଥପୁର ଗ୍ରାମର ଦଶରଥ ସ୍ଵାଇଁ ଓ କାଳିଆ ରେଡ୍ଡୀଙ୍କୁ ଶେରଗଡ଼ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ଆଇଫୋନ୍ ଓ ଭିଭୋ କମ୍ପାନୀର ଗୋଟିଏ ମୋବାଇଲ ଜବତ ହୋଇଛି । ଥାନା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ତତ୍ଵାବଧାନରେ ଏସଆଇ ସରଲତା ପ୍ରଧାନ ଏବଂ ସତ୍ୟଜିତ ବେଣିଆ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି ।
Related Stories
November 21, 2024
November 21, 2024