କୋରେଇ- ଆଖୁଆପଦାସ୍ଥିତ ହରି ସଙ୍କିର୍ତନ ଭବନ ପରିସରରେ ଶ୍ରୀ ଶ୍ରୀ ଦଧିବାମନ ଜୀଉ ସାହିତ୍ୟ ସଂସ୍କୃତ ପରିଷଦର ସ୍ୱନକ୍ଷତ୍ର ଉସôବ ଅନୁÂିତ ହୋଇଛି । ଏଥି ସହିତ ପଂଚମ ବାର୍ଷିକ କବିତା ଆସର ଓ ଆଲୋଚନା ଚକ୍ର ପରିଷଦର ସଭାପତି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁÂିତ ହୋଇଥିଲା । ବରିÂ ସାହିତି୍ୟକ ନାରାୟଣ ଚନ୍ଦ୍ର ମୁଦୁଲି ମୁଖ୍ୟ ଅତିଥିଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ଉପସଭାପତି ପ୍ରାଣକୃଷ୍ଣ ସାହୁ ବେଦ ପାଠ କରିଥିବା ବେଳେ ମୁଖ୍ୟ ଅତିଥି ଆଧ୍ୟାତ୍ମିକ କବିତାର ରଚନା ସର୍ମ୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିÂ ସାହିତି୍ୟକ ଡଃ ଆଦିକନ୍ଦ ରାମ ଯୋଗଦେଇ “ଓଡିଆ ଭାଷା ସାହିତ୍ୟର ସ୍ଥିତି ଓ ଗତି” ସର୍ମ୍ପକରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥିଭାବେ ଗୁଣନିଧି ଗୁରୁ ଓ ପଦ୍ମଲୋଚନ ମହାକୁଡ ଯୋଗଦେଇଥିବା ବେଳେ ସମ୍ପାଦକ ବୈଲୋଚନ ଜେନା ସମ୍ପାଦକୀୟ ବୀବରଣୀ, କିର୍ତନ ବିହାରୀ ମଲିକ ପରିଷଦର ଆଭିମୁଖ୍ୟ ସର୍ମ୍ପକରେ ସୂଚନା ପ୍ରଦାନ କରିଥିଲେ । ସଭ୍ୟ ହରିହର ପଲାର ଅତିଥି ପରିଚୟ ଭୁବନମୋହନ ମହାନ୍ତି କବିତା ସଂଯୋଜନା କରିଥିଲେ । ଶତାଧିକ କବି କବିତା ପାଠ କରିଥିଲେ । ଏହି ଅବସରରେ ୯ଜଣ କବି, ଲେଖକ ,କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗୌରାଙ୍ଗ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅଶୋକ କୁମାର ମଲିକ, କାହ୍ନୁ ଚରଣ ଜେନା, ଶ୍ୟାମ ପରିଡା, ଶରତ ଚନ୍ଦ୍ର ଜେନା, ଶିବ ପ୍ରସାଦ ଦାସ ସମେତ ଅନୁÂାନର ସମସ୍ତ କର୍ମକର୍ତା ପରିଚଳନାରେ ସହଯୋଗ କରିଥିଲେ ।
Related Stories
January 8, 2025