କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଗତ ମାସ ୯ ତାରିଖରୁ ଆରମ୍ଭ ହୋଇ ଥିବା ବେଳେ ଡିସେମ୍ବର ୮ ତାରିଖରେ ପରିସମାପ୍ତ ହୋଇଛି।ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଏହି ସଂଶୋଧନ ପ୍ରକ୍ରିୟାରେ ୨୨୭୩୯ ଜଣ ନୂଆ ଭୋଟର ମାନେ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ, ଭୋଟର ତାଲିକାରେ ତଥ୍ୟ ସଂଶୋଧନ ପାଇଁ ୭୧୧୪ ଜଣ ଓ ୧୨୨୬୩ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ ପାଇଁ ଆବେଦନ ପତ୍ର ମିଳିଥିବା ସୂଚନା ଦେଇଥିଲେ।ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏକ ସୁସ୍ଥ ଓ ସଠିକ ଭୋଟର ତାଲିକା ପ୍ରସ୍ତୁତ ପାଇଁ ସମସ୍ତଙ୍କ, ବିଶେଷ କରି ରାଜନୈତିକ ଦଳର ସହଯୋଗ ଜରୁରୀ। ବର୍ତ୍ତମାନ ଭୋଟର ତାଲିକା ସହ ଆଧାର ସଂଯୋଗ ର କାର୍ଯ୍ୟ ଚାଲିଥିବାରୁ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଶ୍ରୀ ରାଜବଲ୍ଲବ ନାୟକ ,ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି,ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।
Related Stories
November 24, 2024