କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଫାଷ୍ଟ ଫୂଡ଼,ଜଙ୍କ ଫୁଡ଼ ପରି କୃତ୍ରିମ ଖାଦ୍ୟକୁ ପରିହାର କରି ସଜନା ଶାଗ,ଟମାଟୋ, ବାଇଗଣ ପରି ସବୁଜ ପନିପରିବା, ଡାଲିମ୍ବ,ଖିସମିଶ ପରି ପ୍ରାକୃତିକ ଖାଦ୍ୟ ଖାଇଲେ ରକ୍ତହୀନତା ଦୂର ହୋଇପାରିବ ବୋଲି ,ଭାରତ ବିକାଶ ପରିଷଦ ଶୀଜଗନ୍ନାଥ ଧାମ ଶାଖା ତରଫରୁ ପୁରୀ ସରକାରୀ ମହିଳା ମହାବିଦ୍ୟାଳୟ ରେ ଆନେମିଆ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ରକ୍ତହୀନତା ସଚେତନତା ଶିବିରରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ।
ସରକାରୀ ମହିଳା ମହାବିଦ୍ୟାଳୟ ର ଅଧଃକ୍ଷା ଡ଼ ଅଞ୍ଜନି ଶୁକ୍ଳା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ରକ୍ତହୀନତା, କୁପୋଷଣ ସମଗ୍ର ସମାଜରେ ମହିଳା, କିଶୋରୀ ଏବଂ ଶିଶୁ ମାନଙ୍କ କ୍ଷେତ୍ରରେ ରୋଗ ଏବଂ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଛି। ଗତ କିଛି ଦଶନ୍ଧି ଭିତରେ ଉତ୍କଟ ଭୋକ ଏବଂ ଅନାହାର ଉପରେ ଆମେ ନିୟନ୍ତ୍ରଣ ଆଣିଛୁ ସତ କିନ୍ତୁ ପୃଷ୍ଟିହୀନତା, କୁପୋଷଣ, ଏବଂ ରକ୍ତହୀନତା ପରି ନୂଆ ଆହ୍ୱାନ ର ସମ୍ମୁଖୀନ ହେବାକୁ ପଡିଛି।
ମୁଖ୍ୟବକ୍ତା ଭାବେ ଆୟୁର୍ବେଦିକ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ତଥା ବରିଷ୍ଠ ଚିକିତ୍ସକ ଡ଼ଃ ନାରାୟଣ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ତୃଟିଯୁକ୍ତ ଥିଲେ କିମ୍ବା ହେମୋଗ୍ଲୋବିନ ର ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିରୂପଣ କରାଯାଏ। ରକ୍ତହୀନତା ରୋଗ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଥକ୍କାପଣ, ଦୁର୍ବଳତା, ଛୋଟ ଶ୍ବାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ। ଆନମିଆ ଏକ ରକ୍ତ ରୋଗ, ଲୌହ ଆଭାଵ ଆନିମିଆ ଅଧିକାଂଶ ମହିଳା ଏବଂ ଶିଶୁ ଙ୍କ କ୍ଷେତ୍ରରେ ଦେଖାଯାଏ। ଆନିମିଆ ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ।ନିତ୍ୟ ବ୍ୟାୟାମ, କୃତ୍ରିମ ଖାଦ୍ୟ ଅପେକ୍ଷା ପ୍ରାକୃତିକ ଖାଦ୍ୟ, ସବୁଜ ପନି ପରିବା ବ୍ୟବହାର ଦ୍ୱାରା ଆନିମିଆ ରୋଗରୁ ମୁକ୍ତି ମିଳିପାରିବ।
ସରକାରୀ ମହିଳା ମହାବିଦ୍ୟାଳୟର ପ୍ରଶାସନିକ ମୁଖ୍ୟ ଡ଼ଃ ନିବେଦିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ, ଡ଼ଃ ଅନୁପମା ମହାପାତ୍ର ଉପସ୍ଥିତ ଥିଲେ।ଭାରତ ବିକାଶ ପରିଷଦ ଶାଖା ଉପସଭାପତି ପରିଷଦ ପରିଚୟ ରଖିଥିବା ବେଳେ, ମହିଳା ଓ ବାଲ ସଂସ୍କାରର ରାଷ୍ଟ୍ରିୟ ସଚିବ ଶ୍ରୀମତୀ ସୁପ୍ରିତି ରଥ ମହିଳା ଓ ବାଳ ବିକାଶ କାର୍ଯ୍ୟବଳୀ ସମ୍ପର୍କରେ ସୂଚନା ଦେଇଥିଲେ, ମହିଳା ଓ ଵାଲ ବିକାଶ ଶାଖା ସଚିବ ମଞ୍ଚ ସଂଜୋଜନା କରିଥିଲେ।
ପ୍ରାରମ୍ଭରେ ଅଧ୍ୟାପକ ରାକେଶ ଚନ୍ଦ୍ର ମିଶ୍ର ଅତିଥି ଆମନ୍ତ୍ରଣ କରିବା ସହ ମଙ୍ଗଳାଚରଣ ପାଠ କରିଥିଲେ। ସମ୍ପାଦକ ସୌମେନ୍ଦ୍ର ଦାସ ଆନୁଷ୍ଠାନିକ ଧନ୍ୟବାଦ ପ୍ରଦାନ କରିଥିଲେ।
ପୂର୍ବଦିନ ନିଦାନ ଏ ପାଥୋଲାବ ଦ୍ବାରା କରାଯାଇଥିବା ପ୍ରାୟ ୫୦୦ ଛାତ୍ରୀ ଙ୍କ ରକ୍ତ ପରୀକ୍ଷଣ ରିପୋର୍ଟ ଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଥିଲା।
ରକ୍ତ ପରୀକ୍ଷଣ କ୍ଷେତ୍ରରେ ସହଯୋଗ କରିଥିବାରୁ ନିଦାନ ଏ ପାଥୋଲ୍ୟାବ ର ସ୍ଵତ୍ଵାଧିକାରୀ ଅଭୟ ପ୍ରହରାଜ ଙ୍କୁ ସମ୍ମାନିତ କରାଯାଇଥିଲା।
ମହା ବିଦ୍ୟାଳୟ ର ଯୁବ ରେଡ଼କ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ରାଣୀ ଲଷ୍ମୀବାଇ ରେଞ୍ଜର ର ସ୍ବେଛାସେବୀ ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ସନ୍ତୋଷ କୁମାର ମହାନ୍ତି, ପିତାମ୍ବର ମହାପାତ୍ର, ନିମେଇ ଚରଣ ସାହୁ, ଶରତ ଜୟସିଂ, କିଶୋର କୁମାର ପଟନାୟକ, କବିତା ପଟନାୟକ, ଜୟନ୍ତୀ ମହାପାତ୍ର, ଅନୁସୟା ମଙ୍ଗରାଜ, ଲାଲା ଅନନ୍ତ କୁମାର ସିଂ, ଅଧ୍ୟାପକ ନେତ୍ରାନନ୍ଦ ଦାସ,ପ୍ରମୋଦ ଷଡ଼ଙ୍ଗୀ, ମଞ୍ଜୁ ମହାଲି, ମାନସୀ ବାସ୍କି ପ୍ରମୁଖ ଶିବିର ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସାମୁହିକ ଵଂଦେମାତରଂ ଏବଂ ଶେଷ ରେ ସମୂହ ରାଷ୍ଟ୍ରଗାନ ଗାନ କରାଯାଇଥିଲା।
Related Stories
November 24, 2024
November 24, 2024