ପୁରୀ ,ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀ ଏମ୍.ସି.ଡ଼ି ରେ ଐତିହାସିକ ବିଜୟ ଲାଭ କରିଛି। ବିଜେପି ର ଦୀର୍ଘ ୧୫ ବର୍ଷର ଦୁର୍ନୀତି ଖୋର୍ ଶାସନର ଅବସାନ ଘଟିଛି । ପୁରୀ ସଂଗଠନ ତରଫରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଧୁମ୍ ଧାମ୍ ରେ ପାଳନ ହେଇଛି ବିଜୟ ଉତ୍ସବ । ଢୋଲ ବାଜା , ବାଣ ଏବଂ ମିଠା ବାଣ୍ଟି ପୁରୀରେ ପାଳନ ହେଇଚି ବିଜୟ ଉତ୍ସବ। ଯେଉଁ ଅଞ୍ଚଳରେ କଂଗ୍ରେସ ଶାସନରେ ଅଛି ସେଠି ଆମ୍ ଆଦ୍ମୀ ପାର୍ଟି ଜିତୁଛି ବୋଲି ଯୋଉ ମିଥ୍ୟା ପ୍ରଚାର ଚାଲିଥିଲା ତାକୁ ଆଜି ଦିଲ୍ଲୀରେ ଜନସାଧାରଣ ଉଚିତ୍ ଜବାବ୍ ଦେଇ କାମର ରାଜନୀତି କୁ ଯେ କୌଣସି ସ୍ଥାନ ରେ ବିଜୟ କରିପାରିବେ ବୋଲି ସାରା ଭାରତକୁ ଏକ ବଡ଼ ସନ୍ଦେଶ ଦେଇଛନ୍ତି ।
ଆଜିର ବିଜୟ ଉତ୍ସବ ରେ ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ ଙ୍କ ନେତୃତ୍ୱ ରେ , ଜିଲ୍ଲା ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ସମୀର ସାମନ୍ତରାୟ , ପୁରୀ ପୌରପାଳିକା ଯୁବ ଜୋନ ସଭାପତି ସୁନିଲ ଜେନା , ଅନିଲ ସେନାପତି , ପାର୍ବତୀ ପ୍ରଧାନ , ଜୟନ୍ତୀ ଜେନା , ବିରଜା ପ୍ରସାଦ ନାଥ , ପୁରୀ ପୌରପାଳିକା ଯୁବ ଜୋନ ସଭାପତି ଏବଂ ଜିଲ୍ଲା ଯୁବ ସଂଗଠକ ସୁଧାଂଶୁ ଶେଖର ନାଏକ, ତ୍ରିଲୋଚନ ଦାସ, ପୁରୀ ପୌରପାଳିକା ଯୁବ ଜୋନ ସଭାପତି ଜନ୍ମେଜୟ ଜେନା ଏବଂ ରଞ୍ଜନ କୁମାର ପ୍ରଧାନ ଆଦି ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ବିଜୟ ଉତ୍ସବ ପାଳନ କରିଥିଲେ ।
Related Stories
November 24, 2024
November 24, 2024