
ପୁରୀ ,ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶିଷ୍ୟ ବ୍ରଜପ୍ରାପ୍ତି ବାବାଜୀ ନେତ୍ରାନନ୍ଦଙ୍କ ଏକବିଂଶ ଦିବସ ଉତ୍ସବ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ପ୍ରାତଃ ୪ଟାରେ ଅବକାଶ ପାଠ, ମଙ୍ଗଳ ଆଳତୀ, ଭଜନ, ନାମ କୀର୍ତ୍ତନ ସହିତ ଶ୍ରୀ ଗୁରୁଦେବଙ୍କ ଶ୍ରୀବିଗ୍ରହ ଓ ପାଦୁକା ଧର୍ମସଭା ସ୍ଥଳକୁ ନିଆଯାଇଥିଲା । ମହନ୍ତ ଚିନ୍ତାମଣି ପର୍ବତଙ୍କ
ସଭାପତିତ୍ବରେ ଏହି ସାଧୁସଙ୍ଗରେ ପରମହଂସ ସ୍ଵାମୀ ପ୍ରଜ୍ଞାନାନନ୍ଦ ଗିରିଜୀ ମହାରାଜ,ବାବା ବ୍ରଜବନ୍ଧୁ ଦାସ ମହାରାଜ, ବିଜ୍ଞାନାନନ୍ଦ ଗିରି ମହାରାଜ, ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ, ବାବାଜୀ ଦିବାକର ଦାସ, ବାବାଜୀ ଦିବ୍ୟକୃଷ୍ଣ ଦାସ, ହୃଷିକେଶ ମହାରାଜ,ଭାରତି ମହାରାଜ, ବାବା ଶ୍ୟାମସୁନ୍ଦର ଦାସ, ଗଣେଶ ବାବା ହରିପ୍ରଭୁ, ବାବା ନିମାଇଁ ଚରଣ ଦାସ, ବାବା ମହାଦେବ ଦାସ, ବାବାଜୀ ରାମାନନ୍ଦ ଦାସ, ଡଃ ହରେକୃଷ୍ଣ ବାଦଲ,
ପଣ୍ଡିତ ଚିତ୍ତରଂଜନ ମିଶ୍ରଙ୍କ ସମେତ ଶତାଧିକ ସାଧୁସନ୍ଥ ଯୋଗଦେଇ ନେତ୍ରାନନ୍ଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରେମାଚାର୍ଯ୍ୟଙ୍କ ଶିଷ୍ୟ ନେତ୍ରାନନ୍ଦଙ୍କୁ ଆନନ୍ଦ ବଜାର
ଦାୟିତ୍ଵ ଗୁରୁଦେବ ଦେଇଥିଲେ । ଯିଏ କି ସର୍ବଦା ସମସ୍ତଙ୍କୁ ଆନନ୍ଦ ଦେବ । ଶ୍ରୀ ଶ୍ରୀଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ସହିତ ବନ୍ଦାପନା ଶେଷ ପରେ ଉପସ୍ଥିତ ସାଧୁସନ୍ଥଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଡଃ ରତ୍ନାକର ମହାନ୍ତି, ବାବାଜୀ ବିବେକାନନ୍ଦ ଦାସ, ବାବାଜୀ ଅକ୍ଷୟ କୁମାର ଦାସ, ନିଳମଣି ସାହୁ, କୃଷ୍ଣଚନ୍ଦ୍ର ଓଝା, ମହେଶ୍ୱର ସାହୁ,ଶକୁନ୍ତଳା ଦାଶ, ସେବିକା ସବିତା ଦାସ ଉତ୍ସବ ପରିଚାଳନା କରିଥିଲେ । ଓଡିଶାର ସମସ୍ତ ଶାଖା ଆଶ୍ରମର ସେବିକା ସେବକ, ସ୍ଥାନୀୟ ଅଂଚଳର ଭକ୍ତ, ଶ୍ରଦ୍ଧାଳୁ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ସେବକ ପ୍ରୀତିରଂଜନ ଦାସ ସାଧୁବାଦ ଦେଇଛନ୍ତି ।