କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ତରଫରୁ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଏକ ନିଶୁଳ୍କ ସମ୍ପୂର୍ଣ୍ଣ ରକ୍ତ ଗଣନା ପରୀକ୍ଷଣ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ମହାବିଦ୍ୟାଳୟର ୪୦୦ ଛାତ୍ରୀଙ୍କ ର ରକ୍ତ ନମୂନା ସଂଗ୍ରହ କରାଯାଇଅଛି । ଏହି ପରୀକ୍ଷଣ ଦ୍ବାରା ରକ୍ତର
ଲୋହିତ ରକ୍ତ କଣିକା, ଶ୍ବେତ ରକ୍ତ କଣିକା,ରକ୍ତ ହୀନତା, ରକ୍ତରେ ସଂକ୍ରମଣ ହାର ଭଳି ଅତି ଗୁରୁତ୍ବପୂର୍ଣ୍ଣ ତଥ୍ଯ ମିଳିବ । ଯାହାକି ସୁସ୍ଥ ଜୀବନ କେବଳ ନୁହେଁ ସୁସ୍ଥ ମାତୃଶକ୍ତି ଦ୍ବାରା ସମୃଦ୍ଧ ଉତ୍ତରପିଢିର ନିର୍ମାଣର ମୁଳଦୂଆ ସ୍ଥାପନ ହୋଇପାରିବ । ଏହି ଶିବିରକୁ ଉଦଘାଟନ କରି ମହାବିଦ୍ୟାଳୟର ଅଧ୍ୟକ୍ଷା ଅଂଜନା ମିଶ୍ର ପରିଷଦର ଏନେମିଆ ଓ କୁପୋଷଣ ମୁକ୍ତ ଭାରତ ଅଭିଯାନ କୁ ଭୂୟସୀ ପ୍ରଶଂସା କରିଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନିବେଦିତା ମିଶ୍ର,ଅଧ୍ୟାପକ ରାକେଶ ମିଶ୍ର ଓ ଅଧ୍ୟାପକ ପ୍ରମୋଦ ଷଡ଼ଙ୍ଗୀ,ନେତ୍ରାନନ୍ଦ ଦାଶ,ଅଧ୍ୟାପିକା ମାନସୀ,ସଞ୍ଜୟ ଚାନ୍ଦ ସହିତ ଏନ୍ ସି ସି, ଜାତୀୟ ସେବା ଜନା ଓ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନେ ଶିବିର ପରିଚାଳନା ରେ ସହଯୋଗ କରିଥିଲେ । ଭାରତ ବିକାଶ ପରିଷଦର ସମ୍ପାଦକ ସୌମେନ୍ଦ୍ର ଦାସ, ମହିଳା ଓ ବାଲ୍ ବିକାଶ ର ଆବାହିକା ମୋନାଲିସା ପଟ୍ଟନାୟକ, ପିତାମ୍ବର ମହାପାତ୍ର, କୋଷାଧ୍ୟକ୍ଷ ନିମାଇଁ ଚରଣ ସାହୁ, ଜଗଦୀଶ ଆଚାର୍ଯ୍ଯ, ମୁକ୍ତିକାନ୍ତ ଦାସ , ସନ୍ତୋଷ କୁମାର ମହାନ୍ତି,ଶରତ ଜୟସିଂ,ମନୋଜ କୁ ସାମନ୍ତରାୟ,ଲାଲା ଅନନ୍ତ କୁମାର ସିଂ, ଆଦି ପରିଚାଳନା କରିଥିଲେ । ଏହି ଶିବିରର ଅନ୍ୟତମ ସହଯୋଗୀ ନିଦାନ ଏ ପାଥୋଲାବ ର ନିର୍ଦ୍ଦେଶକ ଅଭୟ ପ୍ରହରାଜ, ସୁଦର୍ଶନ ଭାଇ ଓ ବେଣୁଧର ଭାଇ ୪୦୦ ଛାତ୍ରୀଙ୍କ ରକ୍ତ ନମୂନା ସଂଗ୍ରହ କରି ଏକ ସଫଳ ଶିବିରର ସାରଥୀ ସାଜିଥିଲେ ।
Related Stories
November 24, 2024
November 24, 2024