-
ଯୁବଗୋଷ୍ଠୀ କଲେ ରକ୍ତଦାନ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଏବେ ଜଣେ ନୁହେଁ, ଜଣଙ୍କ ରକ୍ତଦାନ ରେ ଚାରିଜଣ ଫେରି ପାଉଛନ୍ତି ଜୀବନ। ନିବଦ୍ଧ କୁଅ ର ଦୂଷିତ ଜଳ ନହୋଇ, ବ୍ୟବହୃତ କୂଅ ର ସ୍ବଛଜଳ ପରି, ନିୟମିତ ରକ୍ତଦାନ ହିଁ ମଣିଷକୁ କରେ ନିରୋଗୀ।ଦାନରକ୍ତ ର ଶୂନ୍ୟସ୍ଥାନ ପୂରଣ ରେ ମଣିଷ ଦେହରେ ସୃଷ୍ଟି ହୁଏ ରୋଗ ପ୍ରତିରୋଧକ ଶକ୍ତି। ଏଣୁ ରକ୍ତଦାନ ହିଁ ସର୍ବଶ୍ରେଷ୍ଠ ଦାନ,ଯାହାକୁ ଯୁବଗୋଷ୍ଠୀ ସଂକଳ୍ପ କରିନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟ ଅତିଥି ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ।ଶତକ ରକ୍ତଦାତା ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ର ଜୟଦେବ ସମ୍ମିଳନୀ କକ୍ଷରେ ସମର୍ପଣ, ନିର୍ମାଲ୍ୟ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ମିଳିତ ସହଯୋଗରେ’ ରକ୍ତଦାନ ସଚେତନତା ଓ ରକ୍ତଦାନ ‘ଶୀର୍ଷକ କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟ ର ନିର୍ଦ୍ଦେଶକ ଡକ୍ଟର ଖଗେଶ୍ବର ମିଶ୍ର ଉଦଘାଟନ କରିଥିଲେ। ପ୍ରାଧ୍ୟାପକ ବିଶ୍ବରଂଜନ ପତି ଓ ଅଧ୍ୟାପକ ତଥା ନିର୍ମାଲ୍ୟ ର ସଂପାଦକ ବିଶ୍ଵନାଥ ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ଉତ୍ସବରେ ଡକ୍ଟର ଅଭିମନ୍ୟୁ ଭୂୟାଁ, ଜୟନ୍ତୀ ମହାପାତ୍ର , ମଧୁମିତା ମହାପାତ୍ର ଓ ଶ୍ୟାମପ୍ରକାଶ ସେନାପତି ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ଗୋବିନ୍ଦ ପାତ୍ର, ହେକ୍ଟର ମିଶ୍ର, ସୌମ୍ୟରଞ୍ଜନ ପାତ୍ର,ସାଗରିକା ରଥ,ଅଜୟ ପ୍ରଧାନ, ଚନ୍ଦନ ହୋତା,ଦୀପକ ଜେନା,ଶକ୍ତିପ୍ରସାଦ ମିଶ୍ର, ଶୁଭେନ୍ଦୁ ସାମନ୍ତରାୟ,ଓମପ୍ରସାଦ ମହାନ୍ତି,ନିର୍ମଳ ପ୍ରଧାନ , ବଳରାମ ମହାରଣା ଓ ରଶ୍ମୀତା ମହାରଣା ରକ୍ତଦାନ ସଂପର୍କ ରେ ସଚେତନ କରାଇଥିଲେ। ଏନେଇ ଆୟୋଜିତ ରକ୍ତଦାନ ଶିବିର ରେ ୫୬ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।