ମାଲକାନଗିରି, ପ୍ରଜ୍ଞାନ ମିଶନ ତରଫରୁ ଦୀର୍ଘଦିନରୁ ଅନୁଷ୍ଠିତ ହେଇ ଆସୁଥିବା ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମର ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି କାର୍ଯକ୍ରମ ଆଜି ଶତାଧିକ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ମାନଙ୍କ ଉପସ୍ଥିତିରେ ସମାହିତ ହୋଇଯାଇଛି ।
ପ୍ରଜ୍ଞାନ ମିଶନ ତରଫରୁ ସର୍ବଶ୍ରୀ ଭୂବନାନନ୍ଦ ସାହୁ, ଅନନ୍ତ କିଶୋର ନନ୍ଦ, ଅଧ୍ୟାପକ ସରୋଜ ଦାଶ, ଅଧ୍ୟାପିକା କଲ୍ୟାଣୀ ପୃଷ୍ଟି, ବରିଷ୍ଠ ଶିକ୍ଷକ ଗୋପବନ୍ଧୁ ମିଶ୍ର, ଉମେଶ ଚନ୍ଦ୍ର ମେହେର, ଅରୁଣ ଡୁ ରୁକା, ପ୍ରଧାନ ଶିକ୍ଷକ ପ୍ରକାଶ ନାୟକ, ଉପଦେଷ୍ଟା ଦୁର୍ଗା ପ୍ରସାଦ ପଟ୍ଟନାୟକ ପ୍ରମୁଖ ଏହାକୁ ସୁଚାରୁ ରୂପେ ସଂଚାଳିତ କରିଥିଲେ ।
ମନ୍ଚାସୀନ ଅତିଥି ମାନେ କାର୍ଯ୍ୟକ୍ରମର ଆବଶ୍ୟକତା, ଉଦ୍ଦେଶ୍ୟ, ପ୍ରାସଙ୍ଗିକତା ସମ୍ପର୍କରେ ସ୍ପଷ୍ଟୋକ୍ତି ପ୍ରଦାନ କରିଥିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ତଥା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଆଧୁନିକ ସମାଜରେ କ୍ଷୟଷ୍ଣୁ ଆଧ୍ୟାତ୍ମିକ ବ୍ୟବସ୍ଥା ମଧ୍ୟରେ ଏକ ସୁ-ସଂସ୍କୃତ, ସମୃଦ୍ଧ ଓ ସମନ୍ୱିତ ସମାଜ ଗଠନରେ ସକ୍ରିୟ ଅଂଶଗ୍ରହଣ କରିବା ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ ।
ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ସହରାଞ୍ଚଳ ଠାରୁ ଆରମ୍ଭ କରି ସ୍ଵାଭିମାନ ଅଞ୍ଚଳ ପର୍ଯ୍ୟନ୍ତ ଏହି କାର୍ଯକ୍ରମରେ ସହଯୋଗ କରିଥିବାର ଏଭଳି ପ୍ରଭାବକାରୀ କାର୍ଯକ୍ରମକୁ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା କରାଯାଇ ଥିବାବେଳେ ଆଗାମୀ ଦିନରେ ରାଜ୍ୟ ସ୍ତରରେ ଏହାର ସାଫଲ୍ୟତା କାମନା କରିଛନ୍ତି ସଂସ୍ଥାର ପରିଚାଳକ।