ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ଇତିହାସ ସଂମ୍ମାନ ବିଭାଗ ତରଫରୁ ନବାଗତଙ୍କ ନିମନ୍ତେ ଏକ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବର ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗଦେଇ ବିଭାଗ ର ତଥା ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ସମ୍ମାନୀତ ଅତିଥି ଭାବେ ଅର୍ଥଶାସ୍ତ୍ର ବିଭାଗୀୟ ମୁଖ୍ୟ ଲିଙ୍ଗରାଜ ମିଶ୍ର ଯୋଗଦେଇ ଇତିହାସ ମହତ୍ଵ ଏବଂ ବିଭାଗର ଉନ୍ନତି କାର୍ଯ୍ୟକଳା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥିଭାବେ ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଯୋଗଦେଇ ଇତିହାସ କୃତିତ୍ଵର ଭୂୟସୀ ପ୍ରଶଂସା କରିଥିଲେ। ଇତିହାସ ବିଭାଗର ମୁଖ୍ୟ ନମିତା ଦଣ୍ଡସେନା ବିଭାଗ ବିଷୟରେ ସମ୍ୟକ ସୂଚନା ଦେବାସହ ନବାଗତ ଏବଂ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମହାବିଦ୍ୟାଳୟ ତଥା ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସୂଚନା ଦେଇଥିଲେ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଭାଗର ଛାତ୍ରୀ ସବିତା କଚିମ ଏବଂ ରୀନା ମାଡ଼କାମି, ଯୁବ ମହୋତ୍ସବରେ ନିଜର କୃତିତ୍ଵ ଯୋଗୁଁ ପୁରସ୍କୃତ ହୋଇଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଆପଦାମିତ୍ର କାର୍ଯ୍ୟକ୍ରମରେ ଭାଗନେଇଥିବା ଛାତ୍ର ଛାତ୍ରୀ ଯଥା ସଙ୍ଗୀତା ବଚାର, ରେହେନା ଖତୁନ, ତନ୍ମୟା ସାହୁ, ସୁନାଧର ହିଆଲ, ରଘୁ ସିସା, ରମେଶ ଗୋଲରୀ, ପ୍ରୀତମ ପଡିଆମୀ ଏବଂ ଅନନ୍ତ କୀର୍ସାନିଙ୍କୁ ବିଭାଗ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜାତୀୟ ସେବା ସଂସ୍ଥା ଦ୍ବାରା ହିମାଚଳ ପ୍ରଦେଶରେ ଆୟୋଜିତ ଏଡ଼ଭେନଗରସ କ୍ୟାମ୍ପରେ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଅଧ୍ୟାପିକା ପ୍ରେମରେଖା ଭତ୍ରା ଭାଗନେଇ ଥିଲେ ।ଏହି ଉତ୍ସବରେ ପ୍ରେମରେଖାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସ୍ଵାଗତ ସଭାକୁ ଅଧ୍ୟାପକ ଜିମୁତ ନାୟକ ସଂଚାଳନ କରିଥିବାବେଳେ ଡ଼ଃ. ଗୋକୁଳାନନ୍ଦ ପାତ୍ର ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରବଳ ଉତ୍ସ।ହ ଏବଂ ଆନନ୍ଦ ମଧ୍ୟରେ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ ସଭା ସମ୍ପାଦିତ ହୋଇଥିଲା।