ଗଂଜାମ, ଗଞ୍ଜାମ ଜିଲ୍ଲାର ଶୁଖୁଆ ପ୍ରସ୍ତୁତି ଓ କାରବାରକୁ ନୂଆ ସୁବିଧା ସୁଯୋଗ ମିଳିବ। କେବଳ ଯେ ବିକ୍ରିବଟାକୁ ଅଧିକ ବ୍ୟାପକ କରାଯିବ ତା ନୁହେଁ, ଏଥିସହ ଜାତୀୟ ଏପରିକି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶୁଖୁଆ ବ୍ୟବସାୟକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ। ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଯୋଜନାକୁ ରୂପରେଖ ଦେବା ଆରମ୍ଭ କରିଛି। ଏଥି ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ, ଡ୍ରାଏ ଫିସ୍ (ଶୁଖୁଆ) କ୍ଲଷ୍ଟରକୁ ନୂଆ ରୂପ ଦିଆଯିବାକୁ ପ୍ରୟାସ ଆରମ୍ଭ ହୋଇଛି। ନୂଆ ବର୍ଷରେ ହୁମ୍ମାର ଶୁଖୁଆ ବ୍ୟବସାୟୀ, ଏଥି ସହ ସମ୍ପୃକ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ଙ୍କୁ ଏକ ଉପହାର ଦେବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। ଜାନୁଆରୀ ପହିଲାରୁ ହୁମ୍ମା ଶୁଖୁଆ ହାଟରେ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଏହି ବ୍ୟବସାୟ ଆରମ୍ଭ ହେବ। ପୂର୍ବରୁ ରାଜପଥ ପାର୍ଶ୍ଵରେ ଖୋଲାମେଲାରେ, ଅସ୍ବଚ୍ଛ ପରିବେଶରେ, ଖରା- ବର୍ଷା- ଶୀତ ସହି ଶୁଖୁଆ ବିକ୍ରିବଟା କରୁଥିବା ବେପାରୀ ଓ ମହିଳା ଗୋଷ୍ଠୀ ଏହାଦ୍ବାରା ବେଶ୍ ଉପକୃତ ହୋଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମତବ୍ଯକ୍ତ କରିଛନ୍ତି।
Related Stories
November 23, 2024
November 23, 2024
November 23, 2024