
-
ଗୋଚାଲାଣକାରୀ ଓ ଏସଟିଏଫ ୍ ମଧ୍ୟରେ ଗୁଳି ବିନିମୟ
-
ଗୋରୁ ବୋଝେଇ ୨ଟ୍ରକ୍ ଜବତ ଓ ୩ଟ୍ରକ ଫେରାର,୨ଜଣ ଗିରଫ
କେନ୍ଦୁଝର, କେନ୍ଦୁଝର ସହର ନିକଟସ୍ଥ ଜୁଡିଆ ଘାଟିରେ ବେଆଇନ ଗୋ’ବଂଶ ଚାଲାଣକାରୀ ଓ ଏସଟିଏଫ୍ କର୍ମଚାରୀଙ୍କ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ମିରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ୫ଟି କେଂଟନର ଯୋଗେ ବେଆଇନ ଭାବେ ଗୋ’ ସମ୍ପଦ ବୋଝେଇ ହୋଇ ପଶ୍ଚିମବଙ୍ଗ ରାଜ୍ୟକୁ ଚାଲାଣ ହେଉଥିବା ଖବରପାଇ ଏସଟିଏଫର ଜଣେ ଡିଏସ୍ପିଶ ଓ ୩ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ ୧୫ଜଣିଆ ଏକ ଟିମ୍ ଉକ୍ତ ବେଆଇନ ଗୋସମ୍ପଦ ବୋଝେଇ କେଂଟନରକୁ ସମ୍ବଲପୁରରୁ ପିଛା କରି ଆସୁଥିଲେ । ରାତି ପ୍ରାୟ ୨ଟା ୩୦ମି ସମୟରେ ବେଆଇନ ଗୋ’ ସମ୍ପଦ ଚାଲାଣକାରୀ ଦଳର ସଦସ୍ୟ ମାନେ କେନ୍ଦୁଝର ସଦର ଥାନା ଅଧିନ ୪୯ନଂ ଜାତୀୟ ରାଜପଥ ଜୁଡିଆ ଘାଟି ନିକଟରେ ପିଛା କରୁଥିବା ଏସ୍ଟିଧଏଫ୍ ଟିମ୍ ଉପରକୁ ୧୦ରାଉଣ୍ଡ ଗୁଳି କରିଥିବା ବେଳେ ଏସ୍ଟେିଏଫ୍ ସଦସ୍ୟଙ୍କ ପକ୍ଷରୁ ପାଲଟା ୨/୩ ରାଉଣ୍ଡ ଗୁଳି ବିନିମୟ ହୋଇଥିଲେ ହେଁ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । ଗୋରୁ ବୋଝେଇ ୨ଟ୍ରକ୍ ଜବତ ହୋଇଥିବା ବେଳେ ୩ଟ୍ରକ ଫେରାର ହୋଇ ଯାଇଛି । ସେହିପରି ୨ଜଣ ଗିରଫ ହୋଇଥିବା ଜଣା ପଡିଛି ।