
ନୂଆପଡ଼ା,ନୂଆପଡା ଜିଲ୍ଲା ଖଡ଼ିଆଳ ଚଳାନପଡା ଠାରେ ଅନୈତିକ ସମ୍ପର୍କ କାରଣ ରୁ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ସ୍ବାମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚଳାନ କରିଛନ୍ତି। ଗତ ୦୫ ତାରିଖ ଦିନ ସଂନ୍ଧ୍ୟାରେ ବିବାହିତ ମହିଳା ଙ୍କ ସନ୍ଧେହ ଜଣକ ମୃତ୍ୟୁ ହୋଇଥିଲା। ଏହି ଘଟଣା ତଦନ୍ତ କରି ଖଡ଼ିଆଳ ପୋଲିସ ଘଟଣା ସତ୍ୟାସତ୍ୟ ପ୍ରକାଶ କରିଛନ୍ତି। ଚଳନପଡା ନିଵାସୀ ଯୁଧିଷ୍ଟିର ବାରିକ କସିପିଲା କେଶବ ଚଲାନଙ୍କ ଝିଅ ସୁସ୍ମିତା ବାରିକଙ୍କୁ ବିବାହ ହୋଇଥିଲେ। ଯୁଧିଷ୍ଟିର ବାରିକ ନିଜ ଗ୍ରାମର ଅନ୍ୟ ଏକ ମହିଳା ସହ ଅନୈତିକ ସମ୍ପକ ଗଢି ଉଠିଥିଲା। ଏହି ବିଷୟକୁ କେନ୍ଦ୍ର କରି ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥିଲା।ସ୍ତ୍ରୀକୁ ହତ୍ୟା ଘଟଣା ନେଇ ଖଡ଼ିଆଳ ଥାନାରେ ୫୦୫/୨୦୨୨ ରେ ମାମଲା ରୁଜୁ ହୋଇ ଧାରା ୪୯୮ଏ ଯୌତୁକ ଜନିତ ନିର୍ଯ୍ୟାତନା,୩୦୨ ହତ୍ୟା ଏବଂ ୨୦୧ ସାକ୍ଷ୍ୟ ଏବଂ ପ୍ରମାଣ ନଷ୍ଟ କରିବା ଉପରୋକ୍ତ ମାମଲା ରୁଜୁ ହୋଇଅଛି। ହତ୍ୟା କୁ ଆତ୍ମହତ୍ୟା ରୂପ ଦେବାର ଚକ୍ରାନ୍ତ କରିଥିଲେ ସ୍ବାମୀ। ସାଇଣ୍ଟିଫିକ ଦଳ ଶୟନ କକ୍ଷ ରେ ସ୍ତ୍ରୀଙ୍କୁ ମୁହଁରେ ତକିଆ ଦେଇ ଶ୍ବାସ ରୁଦ୍ଧ କରି ହତ୍ୟା କରିଥିବା, ବେଡ଼ରେ ରକ୍ତ ଲାଗିଥିବା ପୋଲିସ ପ୍ରକାଶ କରିଛି।