
ନୂଆପଡ଼ା,ନୂଆପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ୬ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଜିଲ୍ଲାରେ ରାଜ୍ୟ ବାହାରୁ ନିୟୋଜିତ ଶ୍ରମିକଙ୍କ ସମ୍ପୂର୍ଣ୍ଣ ବାରଣ କରିବା ସହ ଜିଲ୍ଲାର ଶ୍ରମିକ,ମିସ୍ତ୍ରୀ,ଠିକାଦାରଙ୍କୁ କାମ ଦେବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ। ବାହାର ଶ୍ରମିକ ନିୟୋଜିନ ହେବାରୁ ଜିଲ୍ଲାର ଶ୍ରମିକ ମିସ୍ତ୍ରୀଙ୍କୁ କାମ ମିଳିପାରୁ ନାହିଁ। ତେଣୁ ଭତ୍ତା ପ୍ରଦାନ ବ୍ୟବସ୍ଥା କରାଯାଉ।୧୦ ବର୍ଷରୁ ନିଖୋଜ ଶ୍ରମିକ ଙ୍କୁ ଖୋଜିବା ସହ ତାଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସରକାରୀ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ସହାୟତା ତୁରନ୍ତ ପ୍ରଦାନ କରାଯାଉ, ଏବଂ ୨୦୧୭ ରୁ ୨୦୨୨୦ ପଯ୍ୟନ୍ତ ସାଇଲେକ ବଣ୍ଟନ ରେ ହୋଇଥିବା ଅନିୟମିତତା ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି। ରବି ମଙ୍ଗରାଜ ଙ୍କ ନେତୃତ୍ବ ରେ ଟେଲିପଡା ଛକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ନଗର ପରିକ୍ରମା କରି ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଅଛି। ୬ ଦଫା ସମ୍ବଳିତ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।