ଭୁବନେଶ୍ୱର,ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ସୃଷ୍ଟ ଗଭୀର ଅବପାତ ସକ୍ରିୟ ରହିଛି । ଏହା ଧିରେ ଧିରେ ଘନୀଭୂତ ହେଉଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ର ରୂପନେବା ସମ୍ଭାବନା ରହିଛି । ଓଡିଶା ଉପରେ ସିଧାସଳଖ ପ୍ରଭାବ ନଥିଲେ ବି, ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ଆସନ୍ତା ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Related Stories
October 25, 2024