
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପାଇକ ବିଦ୍ରୋହ ର ଅନ୍ୟତମ ମୁଖ୍ୟ ପୁରୋଧା ତଥା ପ୍ରଥମ ସହିଦ ଜୟୀରାଜଗୁରୁଙ୍କ ଶ୍ରାଦ୍ଧ ଉତ୍ସବ ଉର୍ଜାବାନ ଓଡିଶା ପରିବାର ପକ୍ଷରୁ ପାଳିତ ହୋଇଯାଇଛି l ସ୍ଥାନୀୟ. ଘୋଡାବଜାର ଠାରେ ଥିବା ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ପରିବାର ର ସଦସ୍ୟ ସଦସ୍ୟା ମାନେ ମାଲ୍ୟାର୍ପଣ କରିଥିଲେ l ସଭାପତି ସନ୍ତୋଷ ସେନାପତି ନିଜ ବକ୍ତବ୍ୟରେ ଜୟୀରାଜଗୁରୁ ଙ୍କ ତ୍ୟାଗ ଓ ଆଦର୍ଶ ତଥା ଦେଶ ଭକ୍ତିର ପଟ୍ଟାନ୍ତର ଆମ ସମସ୍ତଙ୍କ ପାଇଁ ପ୍ରେରଣାପ୍ରଦ l ସାମ୍ପ୍ରତିକ ସମୟରେ ଯୁବ ପିଢି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ସୁରକ୍ଷା ପାଇଁ କାର୍ଯ୍ୟକରିବା ଉଚିତ l ସେହିପରି ସଂପାଦିକା ନିହାରିକା ତ୍ରିପାଠୀ ନିଜ ବକ୍ତବ୍ୟରେ ଜୟୀରାଜଗୁରୁଙ୍କ ଦେଶପ୍ରୀତି ତାଙ୍କୁ କିପରି କାଳଜୟୀ କରିଛି ତାହା କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଙ୍ଗଲତା ପଟ୍ଟନାୟକ, ଦେବେନ୍ଦ୍ର ସୁବୁଦ୍ଧି, ଜିତେନ୍ଦ୍ର ପାତ୍ର, ସନ୍ତୋଷ ମୁଖି ପ୍ରମୁଖ ଉପସ୍ଥିତ ଥିଲେ |