
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ସାମାଜିକ ନ୍ୟାୟ ଅଭିଯାନ,ଓଡିଶା ତରଫରୁ ପୁରୀ ପୌରସଦନ ପରିସରରେ ଡକ୍ଟର ଆମ୍ବେଦକରଙ୍କ ସମ୍ପର୍କିତ ଆଲୋଚନା ହୋଇଥିଲା |ଏଥି ସହିତ ଜାତିଭିତ୍ତିକ ଜନଗଣନା, ପଛୁଆ ବର୍ଗ, ଦଳିତ, ଆଦିବାସୀ ଏବଂ ସଂଖ୍ୟା ଲଘୁ ସମ୍ପର୍କୀୟ ଆଲୋଚନା ହୋଇଥିଲା |ଏହି ଆଲୋଚନା ଚକ୍ରରେ ଜେଡିୟୁର କେନ୍ଦ୍ରୀୟ ସାଧାରଣ ସମ୍ପାଦକ କେ ସି ତ୍ୟାଗୀ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା,ବରିଷ୍ଠ ସାମ୍ବାଦିକ ରବି ଦାସ, ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି,ସିପି ଆଇ ରାଜ୍ୟ ସମ୍ପାଦକ ଅଭୟ ସାହୁ, ସି.ପି.ଏମ. ଏଲ. ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ରାଜ୍ୟ ସଭା ଏମ ପି ମନୋଜ ଝା,ସି. ପି. ଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ,ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ରାଷ୍ଟ୍ରୀୟ ଜନତା ଦଳ ରାଜ୍ୟ ସଭାପତି ହରିଶ ମହାପାତ୍ର, ଜେଡିୟୁ ର ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଅତିଥି ମଞ୍ଚାସିନ ଥିଲେ ।ଏହି କାର୍ଯ୍ୟକ୍ରମକୁ ଅକ୍ଷୟ ମଲ୍ଲିକ, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, ଦେବୀପ୍ରସାଦ ପୃଷ୍ଟି ଏବଂ ଓଡିଶା ସାମାଜିକ ନ୍ୟାୟ ଅଭିଯାନର ରାଜେଶ ରୋଶନ ସ୍ୱାଇଁ ପରିଚାଳନା କରିଥିଲେ |