
-
ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧଦିବସରେ ୪୦ଜଣ କଲେ ରକ୍ତଦାନ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତୀୟ ସ୍ବାଧୀନତା ସଂଗ୍ରାମ ର ପ୍ରଥମ ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧଦିବସରେ ୪୦ ଜଣ ରକ୍ତଦାତା ପୁରୀ ଜିଲ୍ଲାର ଥାଲେସେମିଆ ରୋଗୀଙ୍କ ପାଇଁ ରକ୍ତଦାନ କରିଛନ୍ତି। ସମର୍ପଣ,ସହିଦ୍ ଜୟୀ ରାଜଗୁରୁ କ୍ଲବ ଓ ରୋଟାରୀ କ୍ଲବ ଶ୍ରୀଜଗନ୍ନାଥ ଧାମ ର ମିଳିତ ସହଯୋଗରେ ଅନୁଷ୍ଠିତ ରକ୍ତଦାନ ଶିବିର କୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଶତକ ରକ୍ତବୀର ବଦ୍ରି ମିଶ୍ର,ରାଜେଶ ରଥ, ପୀତାମ୍ବର ମହାପାତ୍ର,ଅଜୟ ପ୍ରଧାନ ଓ ଡକ୍ଟର ଅଭିମନ୍ୟୁ ଭୂୟାଁ ମିଳିତଭାବେ ଉଦଘାଟନ କରିଥିଲେ। ଜୟନ୍ତୀ ମହାପାତ୍ର,ଶକ୍ତିପ୍ରସାଦ ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ମଧୁସୂଦନ ମିଶ୍ର, ଗୋବିନ୍ଦ ପାତ୍ର, ରବିନାରାୟଣ ପୂଜାପଣ୍ଡା,ପ୍ରକୃତି ମିଶ୍ର ଓ ସତ୍ୟଜିତ ତ୍ରିପାଠୀ ରକ୍ତଦାନ ଶିବିର ପରିଚାଳନା କରିଥିବା ବେଳେ, ସୌମ୍ୟରଞ୍ଜନ ପାତ୍ରଙ୍କ ନେତୃତ୍ବରେ ଦେବୀଦତ୍ତ ହୋତା, ଧରିତ୍ରୀ ଜେନା,ବିଭୁଦତ୍ତ ମିଶ୍ର, ଦେବାଶିଷ ରାୟ,ମନମୋହନ ପ୍ରଧାନ,ରବି ପଟ୍ଟନାୟକ,ରାନୀ ପ୍ରଧାନ,ଜ୍ୟୋତି ବିଶ୍ଵାଳ, ଦୀନେଶ ରଥ, ବିଶ୍ଵଜିତ ତ୍ରିପାଠୀ,ସ୍ବଦେଶ ରଥ ଓ ଦୀପକ ଜେନା ଗ୍ରାମାଞ୍ଚଳରେ ରକ୍ତ ସଚେତନତା କାର୍ଯ୍ୟକ୍ରମ କରିଥିଲେ।ଏହି ଅବସରରେ ପୁରୀ ଜିଲ୍ଲାରେ ରକ୍ତଦାନ କୁ ପ୍ରୋତ୍ସାହିତ କରିଆସୁଥିବା ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ସମର୍ପଣ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।