ଭଦ୍ରକ – ଏହି ଜିଲାର ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଆଜି ଉଦ୍ଘାଟିତ ହୋଇଛି। ଅଧ୍ଯକ୍ଷ ଡାକ୍ତର କମଳାକାନ୍ତ ସ୍ବାଇଁ ଏହି ରଥକୁ ଉଦ୍ଘାଟନ କରିଥିଲେ। ଏହି ରଥ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ବ୍ଲକ୍ ଅଂଚଳ ପରିକ୍ରମା କରି ଜନସାଧାରଣଙ୍କୁ ପରିବାର ନିୟନ୍ରଣ ପାଇଁ ସଚେତନ କରାଇବ ବୋଲି ଜଣାପଡିଛି। ଆଜିର ଏହି ଉଦ୍ଘାଟନୀ କାଳରେ ଡାକ୍ତର ସୁଧାଂଶୁ ଶେଖର ବେହେରା, ଡାକ୍ତର ତୁଲିକା ରଥ, ଡାକ୍ତର ଶୁଭେଦା ପ୍ର୍ରିୟଦର୍ଶିନୀ ପରିଡା, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ବିପିଏମ୍ ରଶ୍ମିରେଖା ପୃଷ୍ଟି, ସ୍ବାସ୍ଥ୍ୟ ପରିଦର୍ଶକ ମନୋରଂଜନ ରାଉତ, ରଂଜିତ ବରାଳ, ପଙ୍କଜ ବେହେରା, ନିରଂଜନ ଉପାଧ୍ଯାୟ, ନିରଂଜନ ସାହୁ, ମିନତୀଲତା ଦାସଙ୍କ ସମେତ ବହୁ ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ।
Related Stories
January 9, 2025