
ଗଂଜାମ, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ବିଭାଗ ତରଫରୁ ବିଜ୍ଞାନ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଏହା ସହିତ ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ରୂପେ ବିଡ଼ିଓ ବିଜୟ କୁମାର ବେହେରା, ସମ୍ମାନିତ ଅତିଥି ଶ୍ରୀମତି ପ୍ରିୟଙ୍କା ଗୌଡ଼ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।
ଏହି ବିଜ୍ଞାନ ପ୍ରଦର୍ଶନୀ ମେଳାରେ ବ୍ଲକର ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ କଳାକୁ ନିଜ ହାତରେ ନିର୍ମାଣ କରି ପ୍ରଦର୍ଶନ କରିଥିବାରୁ ଛାତ୍ର ଛାତ୍ରୀଙ୍କୁ ଆର୍ଶୀବାଦ ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀଙ୍କ ଉତ୍ତରତୋର ଉନ୍ନତି ହୋଉ ବୋଲି ଭଗବାନ ସେମାନଙ୍କ ଉପରେ କୃପା କରନ୍ତୁ ବୋଲି ନିଜ ବକ୍ତବ୍ଯ ପ୍ରଦାନ କରିଥିଲେ। ବ୍ଲକ ଅଧିକାରୀ ସିତାରାମ ପଣ୍ଡା, ବିଆରସିସି ବୀର ବେହେରା, ପ୍ରଧାନଶିକ୍ଷକ ଯୁଧିଷ୍ଟିର ସାହୁ, ସମସ୍ତ ସିଆରସିସି ରବି ବେହେରା, କିଶୋର ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ।