ଭୁବନେଶ୍ୱର, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ମନୋଜ ରଞ୍ଜନ ଦାସଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ସରକାରୀ କାର୍ଯ୍ୟାଳୟରେ ସମେତ ଏକକାଳୀନ କଟକ ଓ ଖୋର୍ଧା ଜିଲ୍ଲାରେ ୭ଟି ସ୍ଥାନରେ ରେଡ ଜାରି ରହିଛି ।
ଆଜି ସକାଳୁ ଭିଜିଲାନ୍ସ ଚଢାଉରେ ଚାରି ଜଣ ଡିଏସପି, ଦଶ ଜଣ ସବ ଇନିସ୍ପେକ୍ଟର, ୫ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ମାନେ ଲାଗିଛନ୍ତି ।