ସାନଖେମୁଣ୍ଡି: ଖରିଫ ଧାନ ଫସଲର ସମ୍ପ୍ରତି ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇଥିବା ବେଳେ ବହୁ ଖର୍ଚ୍ଚ ଓ ଶ୍ରମ ଦେଇ କର୍ମ କରି ଧାନ ଅମଳ ପାଇଁ ଧାନ କଟରେ ବ୍ୟସ୍ତ ଥିବା ସହ ସମ୍ବାଭ୍ୟ ବର୍ଷା ସୂଚନା, ବାରହା ଉପଦ୍ରବ ଓ ହାତୀ ଆକ୍ରମଣ ଭୟରେ ତରବରିଆ ଭାବେ ଫସଲ କାଟୁଥିବା ଦେଖିବାକୁ ମିଳିଛି। ତେବେ ଫସଲ ରୁଆ ତଳିପକା ଠାରୁ ଅମଳ ପର୍ଯ୍ୟନ୍ତ ଲଗାଣ ବର୍ଷା ଓ ଜଳାଭାଵ ଓ ପୋକ ସଂକ୍ରମଣରେ ଚାଷୀ ତର୍ଜରିତ ଥିବା ବେଳେ ସାନଖେମୁଣ୍ଡିର ଧାନ ଫସଲରେ ଧାନ ପାଚି ଅମଳ ପାଇଁ କାଟିବା ସମୟରେ ଏକ ନୂତନ ରୋଗ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି। ପାଚିଲା ଧାନ ଫସଲ କ୍ଷେତ୍ରରେ ସୁନାର ରଙ୍ଗ ଧାରଣ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଧାନ କ୍ଷେତ୍ରର ଧାନ କେଣ୍ଡା କଳାରଙ୍ଗ ଧାରଣ କରିବା ଆଶ୍ଚର୍ଯ୍ୟ ଚକିତ କରିଛି। ଧାନ କେଣ୍ଡାରେ ସମସ୍ତ ଧାନରେ କଳାରଙ୍ଗର ଆବରଣ ହେବା କାରଣରୁ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ପ୍ରକାଶ ପାଇଛି। ମାଧୁରୀ, ପୂଜା, ସାନ ଆର୍ଯ୍ୟଲ, ୧୦୦୯, ମସୁରି ଆଦି ଧାନ ଫସଲର କେଣ୍ଡାରେ କଳାର ଆବରଣ ସହ ଧାନ ଫସଲ ହାନି ଏବଂ ସିଙ୍ଗିପୁରୁ, ସୁନାଖଣ୍ଡି, ପଳାଶପୁର ସମତେ ବହୁ ଅଞ୍ଚଳରେ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଚାଷୀ ମାନେ ପ୍ରାଣ ବିକଳରେ ବର୍ମା, ହାତୀ ଓ ବାରହା ଭୟରେ ଧାନ କାଟୁଥିବା ବେଳେ ପରିସଂଖ୍ୟନ, ରାଜସ୍ୱ ଓ କୃଷି ବିଭାଗର କ୍ରପ କଟିଙ୍ଗ ରିପୋର୍ଟ ପ୍ରସ୍ତୁତ କିଭଳି କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସରକାରୀ କୃଷି ଅଧିକାରୀ ବିଶ୍ୱରଞ୍ଜନ ରାଉତଙ୍କ କହିବା ପ୍ରକାରେ ସମ୍ପ୍ରତି ଅମଳ କ୍ଷମ ଧାନରେ କଳାରଙ୍ଗୀ ଧାରଣ କରିବାର କୌଣସି ପ୍ରତିଷେଧକ ନଥିବା ବେଳେ ଚାଷୀ ମାନେ ପ୍ରାମାଣିକ ବିହନ ଓ ଔଷଧ ସିଞ୍ଚନ ପ୍ରଣାଳୀ ପ୍ରତି ଯତ୍ନବାନ ହେବାକୁ କହିଛନ୍ତି। କ୍ରପ କଟିଙ୍ଗ ରିପୋର୍ଟ ପରେ କ୍ଷୟକ୍ଷତି ଆକଳନ କରାଯିବା ପ୍ରକାଶ କରିଛନ୍ତି। ତହସିଲଦାର ଅମିତ କୁମାର ନାୟକଙ୍କୁ ପଚାରିବାରେ ସଠିକ ତଦନ୍ତ ସହ କ୍ରପ କଟିଙ୍ଗ ରିପୋର୍ଟକୁ ଗୁରୁତ୍ୱ ଦେବା ସହ କୃଷିବିଭାଗ ଉଚ୍ଚପଦସ୍ତ କର୍ମଚାରୀଙ୍କୁ ଜଣାଯିବବୋଲି କହିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
August 24, 2024