-
ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ସୂର୍ଯ୍ୟ ମୂର୍ତ୍ତି ଉନ୍ମୋଚନ
ପୁରୀ ,ଯଶୋଦାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ମମତା ର ପ୍ରତୀକ ବ୍ୟଞ୍ଜନ ଦ୍ଵାଦଶୀ କୁ ଏ ଜାତି ଚୀରକାଳ ସ୍ମରଣ ରଖିବ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର।ଗୌରବିହାର ରେ ଆୟୋଜିତ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବରେ ଯୋଗଦେଇ ଶ୍ରୀ ପାତ୍ର,ମାଆ ର ମମତା ଦିନେ ସନ୍ତାନ ପାଇଁ ଶକ୍ତି ହୋଇଯାଏ।ମାଆର ଖାଦ୍ୟ ରେ ପରିପୃଷ୍ଟ ସନ୍ତାନ ଦିଗବିଜୟୀ ଓ କାଳଜୟୀ ହୁଏ, ଠିକ୍ ଯେପରି ଶ୍ରୀକୃଷ୍ଣ ଦିଗଦର୍ଶନ ଦେଇଛନ୍ତି ପୃଥିବୀକୁ। ତେବେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ଦୀର୍ଘକାଳ ଧରି ମାତା ମଠ , ଯେପରି ଭାରତୀୟ ସଂସ୍କୃତି ବିକାଶ ପାଇଁ ବ୍ୟଞ୍ଜନ ଦ୍ଵାଦଶୀ କରୁଛନ୍ତି, ତାହାକୁ ଏ ଜାତି ସ୍ମରଣ ରଖିବ।ଏହି ପରିପ୍ରେକ୍ଷୀରେ ଗୌରବିହାର ପରିସରରେ ନୂତନ ସୂର୍ଯ୍ୟମୂର୍ତ୍ତି କୁ ମନ୍ତ୍ରୀ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସମର୍ପଣ କରିଥିଲେ।ଏହି ଉତ୍ସବରେ ସୁବଳ ଦାସ ମହାରାଜ, ସଂପାଦକ- ଶାରଦା ପ୍ରସନ୍ନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ କୈଳାଶ ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ଜ୍ୟୋତିଶଂକର ମହାପାତ୍ର, ପୁରୀ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜଗନ୍ନାଥ ସଂସ୍କୃତି ଗବେଷକ ବଦ୍ରି ମିଶ୍ର,ଶ୍ୟାମପ୍ରକାଶ ସେନାପତି , ହରିହର ଦୋରା,କୋଷାଧ୍ୟକ୍ଷ ପ୍ରଫେସର ନରେନ୍ଦ୍ର ମହାନ୍ତି, ଦୁର୍ଗା ପ୍ରସାଦ ବିଶୋଇ, ସମାଜସେବୀ ତଥା ବରିଷ୍ଠ ବିଜେପି ରଞ୍ଜିତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ଠାକୁରଙ୍କ ପାଖରେ ୮୨୫ ପ୍ରକାର ବ୍ୟଞ୍ଜନ ସମର୍ପଣ କରାଯାଇଥିଲା।
ଭାରତୀୟ ସଂସ୍କୃତି ରେ ବ୍ୟଞ୍ଜନ ଦ୍ଵାଦଶୀ ସଦାସର୍ବଦା ସ୍ମରଣ ରହିବ |