ପୁରୀ ,ଆଜିର ସମାଜ ଏବେ ବିପଥଗାମୀ ହୋଇଛି |ସମାଜ ଏବେ ସଂସ୍କୃତି ଓ ପରମ୍ପରା ଠାରୁ ଦୂରେଇ ଯିବାକୁ ବସିଛି।ଏହି ସମୟରେ କେବଳ ସ୍ବଛତା, ନିଶାମୁକ୍ତ ଓଡ଼ିଶା କି ସ୍ବର୍ଗଦ୍ବାର ସେବା ନୁହେଁ,ଏକ ଶୃଙ୍ଖଳିତ ସମାଜ ପାଇଁ ସ୍ବେଚ୍ଛାସେବୀମାନେ ସମର୍ପଣ ଭାବ ନେଇ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ପୁରସ୍କାରପ୍ରାପ୍ତ ସମାଜସେବୀ ତଥା ସ୍ବେଚ୍ଛାସେବୀ ବଦ୍ରି ମିଶ୍ର। ନେହେରୁ ଯୁବ କେନ୍ଦ୍ର ପୁରୀ, ହାପିନେସ୍ ଫାଉଣ୍ଡେସନ ଓ ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ର ମିଳିତ ସହଯୋଗରେ ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ସ୍ବେଛାସେବୀ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମିଶ୍ର କହିଛନ୍ତି ବିନା ଲାଭ ଓ ସ୍ୱାର୍ଥ ରେ ସେବା କରୁଥିବା ସ୍ବେଚ୍ଛାସେବୀ ଙ୍କୁ ଈଶ୍ଵର ଆର୍ଶିବାଦ କରନ୍ତି ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ। ନେହେରୁ ଯୁବ କେନ୍ଦ୍ର ର ସଂଯୋଜକ ଜୟଶଂକର ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷାବିତ୍ ଡଃ.ରବିଶଙ୍କର ମିଶ୍ର, ପ୍ରାକ୍ତନ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି ଓ ଅଭିନନ୍ଦନିକାର ସଂପାଦକ ଶ୍ୟାମପ୍ରକାଶ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡକ୍ଟର ହରପ୍ରିୟା ଦାଶଙ୍କ ପରିଚାଳନା ଓ ସଂଯୋଜନା ରେ ଅନୁଷ୍ଠିତ ଏହି ଉତ୍ସବରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଶ୍ରୀଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ,ମାଆ ଶାରଦା ଦେବୀ ମହିଳା ସଂଗଠନ,ସେବା ଓ ସଂସ୍କାର,ସ୍କାଉଟ ଓ ଗାଇଡସ୍ ଓ ଜାତୀୟ ସେବା ସଂସ୍ଥା ର ୧୨୦ଜଣ ସ୍ବେଚ୍ଛାସେବୀ ଯୋଗଦେଇଥିଲେ।
Related Stories
November 25, 2024