କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଛନ୍ତି। ମନ୍ତ୍ରୀ ପାୱାର ସପରିବାର ଆସି ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ପକ୍ଷରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଖଡ଼ୁଆ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା।ପରେ ମନ୍ତ୍ରୀ ଶ୍ରୀମନ୍ଦିର ବାଇଶ ପାହାଚ ଦେଇ ସେ ଶ୍ରୀମନ୍ଦିର ଭିତରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦର୍ଶନ କରିବା ସହ ଶ୍ରୀମନ୍ଦିର ଭିତର ବେଢ଼ାରେ ଥିବା ପାର୍ଶ୍ୱଦେବଦେବୀଙ୍କୁ ଦର୍ଶନ କରିଥିଲେ |ଶ୍ରୀମନ୍ଦିରରେ କିଛି ସମୟ ଅତିବାହିତ କରି ପ୍ରସ୍ଥାନ କରିଥିଲେ।ମନ୍ତ୍ରୀଙ୍କ ଶ୍ରୀମନ୍ଦିର ପ୍ରବେଶ ସମୟରେ ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହଧର୍ମିଣୀ ମୁଦୁଲା ପ୍ରଧାନ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବିଜେପି ନେତ୍ରୀ ରଞ୍ଜିତା ପାଢ଼ୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
Related Stories
November 1, 2024