କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,୧୯୯୬ ରୁ କେନ୍ଦ୍ର ସରକାର ଦେଲେଣି ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କୁ ମାସିକ ଏକହଜାର ଟଙ୍କା ର ଚିକିତ୍ସା ଭତ୍ତା। ଓଡ଼ିଶାର ଅବସରପ୍ରାପ୍ତ ଜୁଡିସିଆରୀ କର୍ମଚାରୀ ପାଇଲେଣି ଦେଢହଜାର ଟଙ୍କା ର ଚିକିତ୍ସା ଭତ୍ତା। ହେଲେ ଏଯାଏଁ ରାଜ୍ୟ ସରକାର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଦେଉନାହାନ୍ତି ଚିକିତ୍ସା ଭତ୍ତା।ଏହା ଦୁର୍ଭାଗ୍ୟଜନକ ଓ ସରକାରଙ୍କ ବୈମାତୃକ ମନୋଭାବ ର ପରିଚୟ ବୋଲି ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି।ଭାବକୁଣ୍ଡଳେଶ୍ଵର ମନ୍ଦିର ପରିସରରେ ଶିକ୍ଷାବିତ୍ ଲକ୍ଷ୍ମୀଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ବିଶ୍ଵନାଥ ବେହେରା, ସରକାର ୬୫ବର୍ଷ ବୟସରୁ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନସନ ଅଭିବୃଦ୍ଧି ସହ ଵିଗତ ଜୁଲାଇରୁ ଚାରି ପ୍ରତିଶତ ମହଙ୍ଗା ଭତ୍ତା ପେନସନ ସହ ସଂଯୋଗ କରିବାକୁ ଦାବି ଉପସ୍ଥାପନ କରିଥିଲେ।ଲକ୍ଷ୍ମୀଧର ମିଶ୍ର,ଗଣେଶ୍ଵର ମହାପାତ୍ର,ବିଜୟ ମହାନ୍ତି ଓ ସଦାଶିବ ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତଏହି ସଭାରେ ଶ୍ରମିକନେତା ବଦ୍ରି ମିଶ୍ର, ଜନନେତା ଗୁଣନିଧି ବରାଳ, କୈଳାଶ ରାୟ, ପ୍ରଫେସର ଲକ୍ଷ୍ମୀଧର ମିଶ୍ର, ପ୍ରଫେସର ପ୍ୟାରୀମୋହନ ପଟନାୟକ, ପ୍ରଫେସର ମନୋଜ ସାମନ୍ତରାୟ, ବ୍ରହ୍ମାନନ୍ଦ ଦାସ, ସନ୍ତୋଷ କୁମାର ମହାନ୍ତି, ପଙ୍କଜ ପଲେଇ,ବିଜୟ କୁମାର ଜେନା ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
Related Stories
November 1, 2024