ଭୁବନେଶ୍ୱର, ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଯିବେ । ଜି -୨୦ର ଅଧ୍ୟକ୍ଷତା ଭାରତକୁ ମିଳିବା ପରେ ଏହାକୁ ନେଇ ପରାମର୍ଶ ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ବୈଠକରେ ସେ ଭାଗ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦି ଉପସ୍ଥିତ ରହିବେ ।
ଉଲ୍ଲେଖନୀୟ ଯେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ବୈଠକ ପାଇଁ ୪୦ଟି ରାଜନୈତିକ ଦଳକୁ ଆମନ୍ତ୍ରଣ ଦିଆଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଜୋଶୀ ଏହି ଦଳ ମାନଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି ।