ନୂଆଦିଲ୍ଲୀ, କେନ୍ଦ୍ର ସରକାର ଆଗାମୀ ଜି-୨୦ ଶିଖର ସମ୍ମିଳନୀ ସହିତ ଯୋଡ଼ିହୋଇଥିବା ପରାମର୍ଶ, ଚର୍ଚ୍ଚା ଏବଂ ରଣନୀତିକୁ ଅନ୍ତିମ ରୂପ ଦେବା ପାଇଁ ସୋମବାରକୁ ସର୍ବଦଳୀୟ ବୈଠକ ଡକାଯାଇଛି ।
ସର୍ବଦଳୀୟ ବୈଠକରେ ୪୦ ରାଜନୀତିକ ଦଳକୁ ଆମନ୍ତ୍ରିତ କରାଯାଇଛି । ସର୍ବଦଳୀୟ ବୈଠକ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଡକାଇଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରହିବେ । ବୈଠକ ରାଷ୍ଟ୍ରପତି ଭବନରେ ହେବ । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ବୈଠକରେ ରହିବେ ।