ସୁବର୍ଣ୍ଣପୁର, ସୁବର୍ଣ୍ଣପୁରରେ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାରେ ରାଜସ୍ଥାନରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଆଦିଲ ଓ ମେହବୁବା । ଏଥିସହ ସେମାନେ ବ୍ୟବହାର କରୁଥିବା କାର୍ କୁ ମଧ୍ୟ ପୋଲିସ ଜବତ କରିଛି ।
ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଦିବ୍ୟରଞ୍ଜନଙ୍କୁ ବ୍ଲାକମେଲ୍ କରି ତାଙ୍କ ନିକଟରୁ ଅର୍ଥ ଆଦାୟ କରୁଥିବା ସୂଚନା ମିଳିଛି । ଯେଉଁଥିପାଇଁ ଦିବ୍ୟରଞ୍ଜନ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଗତ ଅଗଷ୍ଟ ୧୦ ତାରିଖରେ ସେ ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ।