ଭଞ୍ଜନଗର – ଭଞ୍ଜନଗର ଆର.ଏମ.ସି ର ଏକାଉଣ୍ଟାଣ୍ଟ ବିପ୍ର ଚରଣ ଗୌଡ଼ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ତାଙ୍କୁ ଚାକିରୀ ରୁ ନିଲମ୍ବନ କରିଛନ୍ତି l ଶ୍ରୀ ଗୌଡ଼ଙ୍କ ନିଜ ଗ୍ରାମ ନିକଟସ୍ଥ ଗାମୁଣ୍ଡି ରେ ହୋଇଥିବା ବେଳେ ସେ ଏଠାରେ 1999 ମସିହାରୁ କାର୍ଯ୍ୟ କରୁଥିଲେ l ସୋମବାର ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଆର.ଏମ.ସି ର କାଗଜ ପତ୍ର ଯାଞ୍ଚ କରିଥିଲେ l ସେଥିମଧ୍ୟରେ ମୋଟ 4 ଲକ୍ଷ 75 ହଜାର ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତାର ସଠିକ ହିସାବ ଶ୍ରୀ ଗୌଡ଼ ଦେଇପାରି ନପାରି ହଡ଼ବାଡ଼େଇ ଯାଇଥିଲେ l ଶେଷରେ ସରକାରୀ ଅର୍ଥ ତୋଷାରପାତ ଅଭିଯୋଗ ରେ ତାଙ୍କୁ ଚାକିରୀ ରୁ ନିଲମ୍ବନ କରାଯାଇଥିବା ଜଣାପଡିଛି l
Related Stories
November 22, 2024