ମାଲକାନଗିରି, ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ସିଙ୍ଗାନିଗୁଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ତରକାରୀ ରୋଷେଇକୁ ନେଇ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ରାଗରେ ସ୍ଵାମୀ ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ସିଙ୍ଗାନିଗୁଡା ଗ୍ରାମର ମଙ୍ଗୁଳୁ ମାଢି ଓ ତାଙ୍କ ସ୍ତ୍ରୀ ମାଲେ ମାଢି ଗତକାଲି ଅପରାହ୍ନରେ ଜମିରୁ ଘରକୁ ଫେରିଥିଲେ। ରାତ୍ରରେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ତରକାରୀ ରୋଷେଇକୁ ନେଇ ପାଟିତୁଣ୍ଡ ହୋଇଥିଲା। ଫଳରେ ରାଗରେ ଥିବା ମଙ୍ଗୁଳୁ ଆଜି ଭୋର ସମୟରେ ମାଲେ ଶୋଇଥିବା ବେଳେ ତଣ୍ଟି ଚିପି ହତ୍ୟା କରିଥିଲା। ସକାଳ ହେବାପରେ ମଧ୍ୟ ମାଲେ ନ ଉଠିବାରୁ ସମ୍ପର୍କୀୟ ମାନେ ଯାଇ ତାକୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ଉଠି ନଥିଲା। ସ୍ଵାମୀ ମଙ୍ଗୁଳୁକୁ ଅଟକ ରଖି ପଡିଆ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହ ଘଟଣାରେ ମଙ୍ଗୁଳୁକୁ ଗିରଫ କରିଥିଲା।
Related Stories
November 1, 2024