ଭୁବନେଶ୍ୱର, ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ସୋମବାର ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି । ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ କୋର୍ଟକୁ ଅଣାଯାଇଛି । ଏହି ସମୟରେ ସେ ଗଣମାଧ୍ୟମକୁ କହିଥିଲେ ମୋ ମୁହଁ ବନ୍ଦ କରି ମୋତେ କୋର୍ଟ ଫରୱାର୍ଡ କରାଯାଉଛି ।
ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ । ସିବିଆଇ ତଦନ୍ତ ହେଉ । ତଦନ୍ତ ହେଲେ ତ ସତ ବାହାରିବ ବୋଲି କହିଛନ୍ତି ଅର୍ଚ୍ଚନା ।
ଅପରପକ୍ଷରେ ଅର୍ଚ୍ଚନାଙ୍କୁ ୧୫ ଦିନିଆ ରିମାଣ୍ଡ ନେଇ ଇଡିର ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଆବେଦନ ଉପରେ ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୭ ତାରିଖରେ କୋର୍ଟରେ ହାଜର ହେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ।
ସୂଚନାଯୋଗ୍ୟ ଯେ ଅର୍ଚ୍ଚନା ନାଗଙ୍କ ସହ କେଉଁ କେଉଁ ହାଇ ପ୍ରୋଫାଇଲ ବ୍ୟକ୍ତିମାନଙ୍କର ସମ୍ପୃକ୍ତି ରହିଛି ଏବଂ କେତେ ଟଙ୍କାର ନେଣ ଦେଣ ହୋଇଛି ତାର ଉତ୍ସ ଖୋଜୁଛି ଇଡି । ଏ ନେଇ ଇଡି ବର୍ତମାନ ସୁଦ୍ଧା ସିନେ-ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ଅମୀୟ ଦାସ, ଖଗେଶ୍ୱର, ପ୍ରଭାତରଂଜନ ପତି, ଶିବ ପ୍ରସାଦ ଦାସ, ଗଙ୍ଗାଧର ସାମଲ, ଚନ୍ଦନ ଓ ପ୍ରମୋଦ ସ୍ୱାଇଁ ପ୍ରମୁଖଙ୍କୁ ଜେରା କରିସାରିଛି ।