
କନ୍ଧମାଳ, କନ୍ଧମାଳର ବରିଷ୍ଠ ସାହିତ୍ୟିକ, ଶିକ୍ଷାବିତ ଓ ସମାଜସେବି ଡ଼ଃ. ନୃସିଂହାନନ୍ଦ ମହାପାତ୍ର ଯମ୍ଭରା, କେନ୍ଦୁଝରର ମୋ ଭାଷା ସାହିତ୍ୟ ଅନୁଷ୍ଠାନ ତରଫରୁ ସମର୍ଦ୍ଧିତ ହୋଇଛନ୍ତି। ଅନୁଷ୍ଠାନର ରାଜ୍ୟସ୍ତରୀୟ ଏକାଦଶ ଅନନ୍ୟା ମହୋତ୍ସବ ଅବସରରେ ଆୟୋଜିତ ଏହି ସାରସ୍ଵତ ସମାବେଶରେ ଡ଼ଃ. ମହାପାତ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମର୍ଦ୍ଧିତ କରାଯାଇଥିଲା। ଓଡିଶାର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଷ୍ଠିତ ସାହିତ୍ୟିକ ମାନେ ଯୋଗଦେଇଥିଲେ। ସାହିତ୍ୟିକା ମାନସୀ ବେହୁରା, ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ, ବାଇଡଙ୍କ ବାବା,ଏ ବି ଇ ଓ ସୁରେଶ ଚନ୍ଦ୍ର ଜେନା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର, ସାହିତ୍ୟିକ ଲକ୍ମୀନାରାୟଣ ପଟ୍ଟନାୟକ, ଡ଼ଃ. ଅଲେଖ ପ୍ରସାଦ ମହାରଣା, ପୁଷ୍ପିତା ପହି, ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇଥିଲାବେଳେ ପ୍ରତିଷ୍ଠାତା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତି କାର୍ଜ୍ୟକ୍ରମ ପରିଚାଳନା କରିଥିଲେ।
ଡ଼ଃ. ମହାପାତ୍ର ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସହକାରୀ ତାଲିମ ଅଧିକାରୀ ଥିଲାବେଳେ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର ରୋଟାରି କ୍ଲବ, ରକ୍ତଦାତା ସଂଗଠନ ନିରଞ୍ଜନ ଦିବ୍ୟାଙ୍ଗ ସେବା ସମିତି ତଥା ରାଜ୍ୟର ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଅଛନ୍ତି। ତାଙ୍କର ଏହି ସଫଳତା ପାଇଁ ସବୁଠୁ ଶୁଭେଚ୍ଛାର ସୁଅ ଛୁଟୁଛି।