
ଭବାନୀପାଟଣା, ଆଜି ଅଲ ଓଡିଶା ଅଙ୍ଗନୱାଡି ସଂଘ ର କାର୍ଯ୍ୟ ବନ୍ଦ ଆନ୍ଦୋଳନ୧୪ ଦିନରେ ପହଁଚିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ କର୍ଣ୍ଣପାତ କରିନାହାନ୍ତି। ପ୍ରତି ଜିଲ୍ଲାରେ ସିଡିପିଓ଼ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ମାନେ ନାରାବାଜି ଓ଼ ପ୍ରତିବାଦ ଆନ୍ଦୋଳନ କରୁଛନ୍ତି। ବିଭାଗୀୟ ଅଧିକାରୀ ମାନେ ଅସହଯୋଗ କରୁଥିବା ପ୍ରକାଶ। ଆନ୍ଦୋଳନ କରୁଥିବା ବେଳେ ସି ଡି ପି ଓ଼, ସୁପର ଭାଇଜର ମାନେ ଛତୁଆ ବଣ୍ଟନରେ ନିୟୋଜିତ ହେଲେ ମଧ୍ୟ ହଟହଟାର ଶିକାର ହେବାକୁ ପଡୁଛି। ଅଙ୍ଗନୱାଡି କର୍ମୀଙ୍କ ଆଠ ଗୋଟି ଦାବି ମଧ୍ୟରୁ କୋଣସି ଦାବି ସରକାର ଏଯାଏଁ ପୂରଣ କରିନଥିବା ବେଳେ ଛତୁଆ ବଣ୍ଟନ କରୁଥିବାରୁ ସଂଘ ତରଫରୁ ନିନ୍ଦା କରୁଥିବା ପ୍ରକାଶ। ଛତୁଆ ବଣ୍ଟନକୁ ବନ୍ଦ ରଖିବାକୁ କର୍ମୀ ମାନେ ଦାବି କରୁଛନ୍ତି ଏବଂ ପ୍ରଶାସନ ଅଙ୍ଗନବାଡି କର୍ମୀଙ୍କୁ ସହଯୋଗ କରି ସରକାର ଦାବି ପୂରଣ କାରବାକୁ ଅନୁରୋଧ କରୁଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର ହେଲେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରାଯିବ ବୋଲି ଅଙ୍ଗନୱାଡି କର୍ମୀ ମାନେ ପ୍ରକାଶ କରିଛନ୍ତି।