
ରାଉରକେଲା, ରାଉରକେଲା ଇସ୍ପାତ କାରଖାନା ଲାଗି ସୁନ୍ଦରଗଡ ଜିଲ୍ଲା ସମେତ ରାଉରକେଲାରେ ବାସଚ୍ୟୁତ ହୋଇଥିବା ଲୋକ ମାନଙ୍କୁ ସେମାନଙ୍କର ଅଧିକାର ଆଜିଯାଏ ମିଳିଲା ନାହିଁ।୧୯୭୦ ମସିହାରୁ ଏମାନଙ୍କର ଆନ୍ଦୋଳନ ଆଜିଯାଏ ଚାଲିଛି, ଅନେକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏହି ଜିଲ୍ଲାକୁ ଆସି ଫେରିବା ସହ ଅନେକ ଅବସର ମଧ୍ୟ ନେଲେଣି, ଅନେକ ସରକାର ଗଲେଣି କିନ୍ତୁ ଏହି ଅଧିବାସୀ ମାନଙ୍କର ଦାବି ଆଜିଯାଏ ପୁରଣ ହେଲାନାହିଁ। ତେଣୁ ଏମାନେ ମିଳିତ ଭାବେ ଶାନ୍ତିପୁର୍ଣ ଆନ୍ଦୋଳନ କରିଚାଲିଛନ୍ତି । ଆଜି ଏହି ଅଧିବାସୀ ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ ନୀରବତାର ସହ ବସି ରହିବା ନିଜର ଦାବୀ ସଂପର୍କରେ ପ୍ରଶାସନକୁ ଜଣାଉଥିବା ଦେଖାଯାଇଛି । ଆନ୍ଦୋଳନର ନେତୃତ୍ଵ ନେଉଥିବା ନେତା ମାନେ କହିଛନ୍ତି ଯେ, ଦିର୍ଘ ଦିନ ଆନ୍ଦୋଳନ ପରେ ୧୧୦୦ ବାସଚ୍ୟୁତ ପରିବାରଙ୍କୁ ପ୍ରଶାସନ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିଛି, କିନ୍ତୁ ଆଜିଯାଏ ସେହି ତାଲିକା ସେଲ ଅଥରିଟୀ କିମ୍ବା ରାଉରକେଲା ଇସ୍ପାତ କାରଖାନାକୁ ପଠାଯାଉନାହିଁ । ଫଳରେ ଏହି ବାସଚ୍ୟୁତ ମାନଙ୍କୁ ସେମାନଙ୍କର ଚାକିରୀ ମିଳିପାରୁନାହିଁ । ଠିକ ସେହିଭଳି ଆହୁରି ୧୦୦୦ ବାସଚ୍ୟୁତ ପରିବାର ତରଫରୁ ସେମାନଙ୍କର ତାଲିକା ମଧ୍ୟ ପ୍ରଶାସନକୁ ପ୍ରଦାନ କରାଯାଇଛି ସେମାନଙ୍କ ଲାଗି ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯାଉନାହିଁ । ବାକି ରହିଲା ବର୍ତମାନ ଧିରେ ଧିରେ ଆହୁରି ଅନେକ ବାସଚ୍ୟୁତ ପରିବାର ବାହାରିଲେଣି ଯେଉଁ ମାନେ ଏହି ଚାକିରୀ ପାଇବା ଲାଗି ଯୋଗ୍ୟ ବୋଲି ସେମାନେ ଦାବି କରୁଛନ୍ତି, ସେମାନଙ୍କୁ ପଜିଂକୃତ ମଧ୍ୟ କରାଯାଉନାହିଁ । ଏହି ତିନୋଟି କାରଣ ଲାଗି ଆଜି ବାସଚ୍ୟୁତ ମାନେ ଧାରଣାରେ ବସିବା ସହ ଏନେଇ କେବେ କେତେ ଦିନ ଭିତରେ ପ୍ରଶାସନ ସେମାନଙ୍କୁ ନ୍ୟାୟଦେବ ତାହା ଲିଖିତ ଆକାରରରେ ଦେବାକୁ ଦାବି କରିଥିଲେ । ତେବେ ପ୍ରଶାସନ ପକ୍ଷରୁ ଏ ନେଇ ଆଲୋଚନା କରିବା ସଂପର୍କରେ କୌଣସି ସଠିକ ତଥ୍ୟ ମିଳିନଥିବା ବେଳେ, ରାଉରକେଲାରେ ଜଣେ ଅଧିକାରୀଙ୍କୁ ଅନେକ ଦାୟିତ୍ଵରେ ରଖା ଯାଉଥିବାରୁ ଏଭଳି ଅନେକ ସମସ୍ୟା ପଡିରହି ନାନା ପରିସ୍ତିତି ସୃଷ୍ଟି ହେଉଛି । ଜଣେ ଲୋକ ଆରଏମସି କମିଶନର, ଏଡିଏମ ସହ ସ୍ମାର୍ଟସିଟି କାମ ଦେଖିବେ ଓ ବୁଝିବେ, ତା ପରେ ୨୦୨୩ ବିଶ୍ଵ ହକି ଲାଗି ମଧ୍ୟ ତାଙ୍କ ଉପରେ ଅନେକ ଦାୟିତ୍ଵ ରହୁଛି । ଯଦି ଏହିଭଳି ପ୍ରଶାସନିକ ବ୍ୟବସ୍ଥା ରହିବ ତେବେ ଲୋକ କେମିତି ନ୍ୟାୟ ପାଇବେ ଓ ସମସ୍ତ କାମ କିଭଳି ସୁରଖୁରୁରେ ହେବ ସେନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିଭଳି ଜଣେ ଅଫିସରଙ୍କ ମୁଣ୍ଡରେ ୩ରୁ ୪ ଅଫିସ ଦାୟିତ୍ଵ ଦିଆଜିବା କଥା ଦିର୍ଘ ବର୍ଷ ଧରି ରାଉରକେଲାରେ ଚାଲିଥିବା ବେଳେ ପଲିଟିକାଲ କ୍ଷେତ୍ରରେ ଏନେଇ ବେଶ ନୀରବତା ଦେଖିବାକୁ ମିଳିଛି । ତେବେ ଏହି ଦାବିକୁ ୫୨ ବର୍ଷ ହେଲାଣି, ଅନେକ ସରକାର, ଅଫିସର ଆସି ଅନେକ କଥା କହି ଏଠାରୁ ଗଲେଣି କିନ୍ତୁ ଏହି ଅଧିବାସୀ ମାନଙ୍କର ଦାବିକୁ କେହି ସଠିକ ଭାବେ ଦେଖିବା ଆଜିଯାଏ ଦେଖା ଗଲାନି । ଅବଶ୍ୟ ନବୀନ ବାବୁଙ୍କ ସରକାର ସମୟରେ ୧୧୦୦ ଜଣଙ୍କ ତାଲିକା ହୋଇପାରିଛି କିନ୍ତୁ ସେହିତାଲିକା ସଠିକ ଯାଗାକୁ ପଠାଇବା ଲାଗି କଣ ସମସ୍ୟା ରହୁଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।