ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତସ୍ଥ ସେରପୁର ଗ୍ରାମରୁ ରଂଜିତା ତ୍ରିପାଠୀଙ୍କ ଘରୁ ଘରେ କେହି ନ ଥିବାର ସୁଯୋଗ ଦେଇ ଦୃବୃତମାନେ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କାଙ୍କୁ ନେଇଯାଇଥିଲେ । ଏହି ଘଟଣାରେ ବ୍ରହ୍ମବରଦା ପୁଲିସ ୨ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ମୁତାବକ ଦେଓଦା ପଂଚାୟତ ସେରପୁର ଗ୍ରାମର ରଂଜିତା ତ୍ରିପାଠୀ ଏବଂ ସାନ ଝିଅଙ୍କ ସହିତ ଚଳିତ ମାସ ପ୍ରଥମାଷ୍ଟମୀ ଦିନ ତାଙ୍କ ମଝିଆ ଝିଅର ପୁଅକୁ ପୋଢୁଆ କରିବା ନିମନ୍ତେ ଘରେ ତାଲା ପକାଇ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଓଳାଶୁଣୀ ଗ୍ରାମକୁ ଯାଇଥିଲେ । ପର ଦିନ ସେଠାରୁ ଘରକୁ ମା’ ଝିଅ ଦହେଁ ଫେରିଆସିଥିଲେ । ଘରର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘରର ଥିବା ୩ଟି ବାକ୍ସ ଓ ୨ଟି ଆଟାଚକୁ ଦୃବୃତମାନେ ଘରର ପଛ ପଟକୁ ନେଇ ଯାଇଥିଲେ । ବାକ୍ଓ ଓ ଆଟାଚକୁ ଭାଙ୍ଗି ତାହା ଭିତରେ ଥିବା ନଗଦ ୪୭ ହଜାର ଟଙ୍କା ସହିତ ଗୋଟିଏ ସୁନା ଚେନ,୨ଟି ସୁନା ଲକେଟ,୪ ହଳ କାନଫୁଲ,୨ଟି ରୂପା ପାଉଁଜି,୪ଗୋଟି ଦାମୀ ଶାଢୀ ଓ ଡ୍ରେସ ସହ ୨ଟି ଏଟିଏମ୍ କାର୍ଡକୁ ନେଇ ପଳାଇଥିଲେ । ଏବଂ ଘର ଦୁଆର ମୁହଁରେ ଦୃବୃତମାନେ ଏକ ଗାମୁଛା ଛାଡି ଦେଇ ଚାଲିଯାଇଥିଲେ । ଏହି ଘଟଣାକୁ ନେଇ ରଂଜିତା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୁଲିସ ଏହି ଘଟଣାରେ ୫୪୫ା୧୯ରେ ଏକ ମାମଲା ରୁଜୁ କରିବା ସହିତ ଉକ୍ତ ଗାମୁଛାକୁ ଭିତି କରି ଦୃର୍ବୃତଙ୍କ ନିକଟରେ ପଂହଚିଥିଲା । ଏହି ଗାମୁଛାଟି ସେରପୁର ଗ୍ରାମର ସ୍ୱର୍ଗତ ଗୋବିନ୍ଦ ପାଣିଗ୍ରାହୀଙ୍କ ପୁଅ ସନ୍ତୋଷ(୩୯)ର ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ପୁଲିସ ସନ୍ତୋଷକୁ ସନେ୍ଦହରେ ଫାଣ୍ଡିରେ ଅଟକ ରଖି ପଚରାଉଚୁରା ପରେ ତାହାର ସହଯୋଗୀ ଏହି ଗ୍ରାମର ନୀଳମଣି ପରିଡାଙ୍କ ପୁଅ ଧନେଶ୍ୱର ଓ ଓରଫ ଧନୁ(୨୨)କୁ ଫାଣ୍ଡିକୁ ଆଣି ପଚରାଉଚୁରା କରିଥିଲା । ସେମାନେ ଏହି ଘଟଣାରେ ସମ୍ପୃକ୍ତ ବୋଲି ପୁଲିସ ଆଗରେ ମାନିବା ପରେ ଆଜି ସନ୍ତୋଷ ଓ ଧନୁକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ସୂଚନା ଦେଇଛନ୍ତି ।