-
ସିଂହଦ୍ଵାର ଥାନାରେ ଏତଲା,
-
କ୍ଷମା ପ୍ରାର୍ଥନା କଲେ ୟୁଟ୍ୟୁବର
ପୁରୀ, ଡ୍ରୋନ୍ ଦ୍ଵାରା ଶ୍ରୀମନ୍ଦିରର ଭିଡ଼ିଓ ଓ ଫଟୋ ଉଠାଇବା ଓ ପରେ ଏହା ୟୁଟ୍ୟୁବରେ ଭାଇରାଲ୍ ହେବା ଘଟଣାରେ ୟୁଟ୍ୟୁବରଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ଏତଲା ଦାୟର୍ ହୋଇଛି । ଭଏସ୍ ଅଫ୍ କମନ୍ ମ୍ୟାନ୍ ଓ ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ୟୁଟ୍ୟୁବର ପଶ୍ଚିମବଙ୍ଗର ଅନିମେଶ ଚକ୍ରବର୍ତିଙ୍କ ବିରୋଧରେ ଏହି ଏତଲା ଦାୟର୍ ହୋଇଛି । ସମ୍ପୃକ୍ତ ୟୁଟ୍ୟୁବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଶ୍ରୀମନ୍ଦିରକୁ ଉପଯୁକ୍ତ ସୁରକ୍ଷା ଦାବି କରିଛି ସଂଗଠନ ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିଡ଼ିଓ ଭାଇରାଲ୍ ହେବା ପରେ ନିଜ ଭୁଲ୍ ସ୍ଵୀକାର କରିବା ସହ କ୍ଷମା ମାଗିଛନ୍ତି ୟୁ ଟ୍ୟୁବର ତଥା ଭିଡ଼ିଓ ଉତୋଳନକାରୀ ଅନିମେଶ । ଏଥିପାଇଁ ସେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ଓଡ଼ିଶା ବାସୀଙ୍କ ନିକଟରେ କ୍ଷମା ପ୍ରର୍ଥନା କରିଛନ୍ତି । ଏହା ନୋ ଫ୍ଲାଏ ଜୋନ୍ ବୋଲି ସେ ଜଣିନଥିବା କହିଛନ୍ତି ।