ବଲାଙ୍ଗିର, ବଲାଙ୍ଗିର ରେଲୱେ ଜଙ୍କସନରୁ ଦାଦନ ଶ୍ରମିକ ଉଦ୍ଧାର। ବରଗଡ଼ ପାଇକମାଳ ଅଂଚଳରୁ ଆନ୍ଧ୍ରପ୍ରଦେଶ ତଥା ଅନ୍ୟ ବାହାର ରାଜ୍ୟକୁ ଚାଲାଣ ବେଳେ ୨୫ ଜଣ ଦାଦନ ଶ୍ରମିକଙ୍କୁ ରେଳବାଇ ସୁରକ୍ଷା ବଳ ଉଦ୍ଧାର କରିଛି। ଶ୍ରମିକମାନେ ବିଜୟୱାଡା ଓ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି। ସେମାନେ ସମସ୍ତେ ଇଟା ଗଢ଼ିବାକୁ ଯାଉଥିବା ବେଳେ କେତେକ ଅଣ୍ଡା ଫ୍ୟାକ୍ଟ୍ରି ଓ ଅନ୍ୟମାନେ ସୂତା ମିଲରେ କାମ କରିବାକୁ ଯାଉଥିବା କହିଛନ୍ତି।
ଖବର ପାଇ ଶ୍ରମ ବିଭାଗ ଆରପିଏଫ କାର୍ଯ୍ୟାଳୟ ସମ୍ମୁଖରେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ କାଉନସିଲିଂ କରିଛି। ତେବେ ସେମାନେ ନିଜେ ନିଜେ ବାହାର ରାଜ୍ୟକୁ ଯାଉଥିଲେ, ଏହା ପଛରେ କୌଣସି ଦାଦନ ସର୍ଦ୍ଦାରଙ୍କ ଭୂମିକା ନାହିଁ ବୋଲି କହିଛନ୍ତି । ଶନିବାର ଠାରୁ ଏମାନେ ଏକ ବସ୍ ଯୋଗେ ବଲାଙ୍ଗିରରେ ପହଞ୍ଚିଥିଲେ। ହେଲେ ଟ୍ରେନ୍ ମିସ୍ ହେବା ଯୋଗୁଁ ଏମାନେ ଆଜି ସମ୍ବଲପୁର ନାନ୍ଦେଦ ଏକ୍ସପ୍ରେସରେ ଯିବାକୁ ବାହାରିଥିଲେ। ଏହାପୂର୍ବରୁ ଆରପିଏଫ ସେମାନଙ୍କୁ ଉଦ୍ଧାର କରିଛି।