
ସୁବର୍ଣ୍ଣପୁର, ସ୍ଥାନୀୟ ସବ -ଜେଲ ପରିସରର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ସ୍ଵଚ୍ଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡା ପକ୍ଷରୁଏକ ସଫେଇ ଓ ପଲିଥିନ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଲଷ୍ମୀ ନାରାୟଣ ମେହେରଙ୍କ ପରାମର୍ଶ କ୍ରମେ ସଂଘ ଉପଦେଷ୍ଟା ଗରିବ ଲୋଇ, ଇନ୍ଦୁମତୀ ପୁରୋହିତ ଓ ଜେଲ ୱାର୍ଡର ଖିରୋଦ ବିହାରୀ ଦାଶଙ୍କ ତତ୍ଵାବଧାନ ଓ ମନୋରଞ୍ଜନ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ କୁମାର ସାହୁ, ଡା. ସରୋଜ ପଟେଲ, ନାରାୟଣ ରଥ, ଜୟନ୍ତ ବେହେରା, ରୋମୁ ତିୱାର, ଅମର ଭୁତ, ପ୍ରତାପ ଦାଶ, ସିମାଞ୍ଚଳ ହୋତା, ସଂଗୀତା ନାଏକ,,ପ୍ରମୋଦ ମlହଣା, ରାସେଶ୍ଵରୀ ହୋତା, ଦିନ ବନ୍ଧୁ ବିଶ୍ଵାଳ,ତରଣୀ ମେହେର, ଜେଲ କଲୋନୀ ର କେଭି ଛାତ୍ର ବ୍ୟୋମକେଶ ଦାଶ, ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ସ୍ବଚ୍ଛ ଭାରତର ଅନେକ ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜେଲ କଲୋନୀ, ନୂତନ ହନୁମାନ ମନ୍ଦିର ଶମ୍ମୁଖ ପ୍ରବଚନ ମଣ୍ଡପ ଓ ସବ ଜେଲ ଅଫିସ ଶମ୍ମୁଖରେ ଅଳିଆ ଆବର୍ଜନା ଓ ପଲିଥିନ ସଫେଇ କରି ଜନ ସାଧାରଣଙ୍କୁ ସଚେତନ କରାଇଥିଲେ।
ସକାଳ ୬ ଟା ରେ ପ୍ରଥମେ ପ୍ରବଚନ ମଣ୍ଡପ ଠାରେ ଯୋଗଗୁରୁ ମନୋଜ ପଣ୍ଡା ଯୋଗ ପ୍ରଶିକ୍ଷଣ ମାଧ୍ୟମରେ ସ୍ଵାସ୍ଥ୍ୟ ସଚେତନତା କରାଇଥିଲେ। ଉଭୟ କାର୍ଯ୍ୟକ୍ରମରେ ସୋନପୁର ସବ ଜେଲର ଡିଲେଶ୍ଵର ଜେନା ଯୋଗଦେଇ ସମସ୍ତ ସ୍ବେଛାସେବୀଙ୍କୁ ଉତ୍ସାହିତ କରି ଆଗକୁ ଜେଲ ପରିସରରେ ଏକ ସ୍ବଚ୍ଛତା ଓ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ରଖି ସଂଗଠନର ଏଭଳି ଉଦ୍ୟମ ଓ ଦୀର୍ଘ ବର୍ଷର ସେବାକୁ ଭୁୟସୀ ପ୍ରଶଂସା କରିଥିଲେ।