ଭୁବନେଶ୍ୱର, ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି । ସେ ଦ୍ବିତୀୟ ଥର ଲାଗି ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।
ହାଜର ହେବା ପୂର୍ବରୁ ସେ ଗଣମାଧ୍ୟମକୁ କହିଛନ୍ତି, କୌଣସି ଆର୍ଥିକ କାରବାର କରି ନାହାନ୍ତି। ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ। ହେଲେ ତାଙ୍କ ସହ ସେ କୌଣସି ଅର୍ଥନୈତିକ କାରବାର କରି ନାହାନ୍ତି। ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଇଥିବା କାରଣରୁ ଇଡି ତାଙ୍କୁ ଡାକିଥିବା ସେ ପ୍ରକାଶ କରିଛନ୍ତି ।