ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଜେୟୁଓ ଲକିନାଥ କୀର୍ସାନି ଆଗ୍ରାସ୍ଥିତ ଇନ୍ଡିଆନ ଏୟାରପୋର୍ଟ ତାଲିମ ଶିବିରରେ୨୧ ଦିନ ଭାଗ ନେଇ ଦୁଃସାହାସିକ କାର୍ଯ୍ୟକ୍ରମରେ ପାରା ଗ୍ଲାଇଡିଙ୍ଗ ଯୁଦ୍ଧ ଜାହାଜରେ କିପରି ଉଦ୍ଧାର କାର୍ଯ୍ୟ କରିପାରିବେ ସେ ପ୍ରଶିକ୍ଷଣ ନେଇ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳିକା ସ୍ଵପ୍ନା ସିକଦାର ଏବଂ ଭେଙ୍କଟ ରାମ. ବି ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କକ୍ଷରେ ତାଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ, ଜିଲ୍ଲା ଯୁବ ରେଡ଼କ୍ରସ ସମ୍ପାଦକ ଡ଼ଃ. ରଞ୍ଜନ କୁମାର ସ୍ବାଇଁ, ଏନ.ସି.ସି., ଅଧିକାରୀ ସୁଶାନ୍ତ କୁମାର ମାଝୀ, ଗୌତମ ନାୟକ, ନମିତା ଦଣ୍ଡସେନା, ପ୍ରମେୟ କୁମାର ମହାନ୍ତି, ଜିମୁତ ନାୟକ, ତପନ କୁମାର ବେହେରା ଏବଂ ଅଲିଶା ପଟ୍ଟନାୟକ, ସ୍ନେହିତା ବୈଦ୍ୟ, ରାଜ ଖୋସଲା, ପବନ ସିଂହ ପ୍ରମୁଖ ଉପସ୍ଥିତ ରହି ଲକିନାଥ କୀର୍ସାନିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହିଭଳି ଦୁଃସାହାସିକ ପାରଦର୍ଶିତା ଦେଖି ମାଲକାନଗିରି ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହିଭଳି କାର୍ଯ୍ୟକ୍ରମ ମାଲକାନଗିରି ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଆୟୋଜନ କରିଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।